Home Uncategorized ବାଲିପଦର ସ୍ନାତକ ମହାବିଦ୍ୟାଳୟ ରେ ନୂତନ ଅଧକ୍ଷ ଙ୍କ ଦାୟିତ୍ୱ ଗ୍ରହଣ

ବାଲିପଦର ସ୍ନାତକ ମହାବିଦ୍ୟାଳୟ ରେ ନୂତନ ଅଧକ୍ଷ ଙ୍କ ଦାୟିତ୍ୱ ଗ୍ରହଣ

135

ବୁଗୁଡା,୬/୧୩(ଜିଲ୍ଲା ଖବର) : ନିକଟସ୍ଥ ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଠାରେ ନିମନ୍ତ୍ରିତ ଅତିଥି ଏବଂ +3 ଓ +2 ର ମିଳିତ କର୍ମଚାରୀ ସଂଘ ର ସମସ୍ତ ସଦସ୍ୟ /ସଦସ୍ୟା ଙ୍କ ଉପସ୍ଥିତି ରେ ଆଜି ବିଧିବଦ୍ଧ ଭାବେ ମହାବିଦ୍ୟାଳୟ ର ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ଗୋପୀନାଥ ମହାନ୍ତି ନୂତନ ଭାବେ ଓଡିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ କ୍ରମେ ଏକ ବର୍ଣ୍ଣାଡ୍ୟ ଉତ୍ସବରେ ଅଧକ୍ଷ ଦାୟୀତ୍ୱ ଗ୍ରହଣ କରିଛନ୍ତି +2 ଅଧ୍ୟକ୍ଷ ଶ୍ରୀ ସରୋଜକାନ୍ତ ଦାସଙ୍କ ଦ୍ଵାରା ଆହୁତ କାର୍ଯ୍ୟକ୍ରମରେ ଅତିଥି ଭାବେ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ଅବସର ପ୍ରାପ୍ତ ବରିଷ୍ଟ ଅଧ୍ୟାପକ ରାଜନୀତି ବିଜ୍ଞାନ ଶ୍ରୀ କାମେଶ୍ୱର ବେହେରା ଯୋଗଦେଇ ଅଧକ୍ଷ ଶ୍ରୀ ମହାନ୍ତି ଙ୍କୁ ମହାବିଦ୍ୟାଳୟ ର ସୁପରିଚାଳନା ନିମନ୍ତେ ମାର୍ଗଦର୍ଶନ କରାଇ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଙ୍କ ଗହଣରେ ଉପଢୌକନ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଓ ଅଭିନନ୍ଦନ ଜଣାଇଥିଲେ।

ଉକ୍ତ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ମିଳିତ କର୍ମଚାରୀ ସଙ୍ଘ ର ଦୁଇ ସମ୍ପାଦକ ପ୍ରାଧ୍ୟାପକ ଶ୍ରୀ ଶିଶିର କୁମାର ନାୟକ ଏବଂ ଶ୍ରୀ ଅମିୟ କୁମାର ସ୍ୱାଇଁ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।