
ପୁରୁଷୋତ୍ତମପୁର,୪/୧୨(ଜିଲ୍ଲା ଖବର) : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଏଡସ୍ ଦିବସ ପାଳନ ହୋଇଯାଇଛି। ଏହି ଏଡସ୍ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନେ MKCG ମେଡିକାଲ ର ବିଭିନ୍ନ ୱାର୍ଡ ରେ ଲୋକ ମାନଙ୍କୁ ସଚେତନ ପ୍ରଦାନ କରିଥିଲେ ଏବଂ MKCG ପରିସର ରେ ରାଲି କରି ଲୋକ ମାନଙ୍କୁ ସଚେତନ ପ୍ରଦାନ କରିଥିଲେ। ଏହି ଦିବସ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା Prof ସୁଜାତା ଶତପଥୀ, ନିର୍ଦ୍ଦେଶକ Er ସୁମନ କୁମାର ସେନାପତି ପରିଚାଳନା ସମ୍ପାଦକ Dr ଯଜ୍ଞ ନାରାୟଣ ଦାସ ଓ ଅନ୍ୟ ସମସ୍ତ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ। ଏଡସ୍ ଦିବସ ଟି ଅତି ଶୃଙ୍ଖଳିତ ଏବଂ ନିରଳ ଭାବରେ ପରିଚାଳିତ ହୋଇ ଶେଷ ହୋଇଯାଇଥିଲା।




