Home ଆଞ୍ଚଳିକ ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ଶିକ୍ଷୟତ୍ରୀ , ପାଠ ନପଡ଼ି ମୁଖ୍ୟ ରାଜପଥ ପାର୍ଶ୍ବରୁ...

ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ଶିକ୍ଷୟତ୍ରୀ , ପାଠ ନପଡ଼ି ମୁଖ୍ୟ ରାଜପଥ ପାର୍ଶ୍ବରୁ ପାଣି ବୋହାଉ ଛନ୍ତି ପିଲାମାନଙ୍କୁ

33

ବିଷମକଟକ ୩-୧୨(ଜିଲ୍ଲା ଖବର) : ଗଣଶିକ୍ଷା ବିଭାଗର ଦଣ୍ଡ ମୁକ୍ତ ଅଞ୍ଚଳରେ ଘୋଷଣା କରିବାପରେ ବର୍ତମାନ ସରକାରୀ ଶିକ୍ଷୟତ୍ରୀ ସ୍କୁଲରେ ମନମୁଖୀ କାର୍ଯ୍ୟ କରନ୍ତି ? ଏପରି ଏକ ଦୃଶ୍ୟ ହାଟମୁନିଗୁଡା ଏମ୍ ଇ ସ୍କୁଲ୍ ରେ ଦେଖିବାକୁ ମିଳିଛି। ଦିନେ ନୁହେଁ କି ଦୁଇ ଦିନ ନୁହେଁ ଏପରି ସବୁ ଦିନ ଏପରି କାର୍ଯ୍ୟ କରୁଛନ୍ତି ପିଲାମାନେ।ବାପା ମାଁ ମାନେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସ୍କୁଲ କୁ ଛାଡୁଛନ୍ତି କିନ୍ତୁ ଏଠି ଶିକ୍ଷୟତ୍ରୀ ପିଲାମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା କେତେ ଦୂର ଯଥାର୍ଥ। ଏହା ଗଣଶିକ୍ଷା ବିଭାଗର ଆଇନ୍ କୁ ଓଲଗ୍ନ କରୁନାହିଁ କି। ଶିକ୍ଷୟତ୍ରୀ ପିଲାମାନଙ୍କୁ ପାଠ ଯାହା ପଢ଼ାଉଛନ୍ତି ମା ଗଙ୍ଗେ ଜାଣନ୍ତି। କିନ୍ତୁ ପିଲାମାନଙ୍କ ଉପରେ ଶିକ୍ଷୟତ୍ରୀ ଙ୍କ ବହୁତ ରାଜୁତି ବୋଲି ଏବେ ଏହା ହାଟ ମୁନିଗୁଡା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଦ୍ୟାଳୟରେ ସକାଳ ୧୦ ଠାରୁ ୪ ଟା ପର୍ଯ୍ୟନ୍ତ ପିଲାମାନେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଦାଇତ୍ୱରେ ରହିଥାନ୍ତି ହେଲେ ସେହି ସମୟରେ ଯଦି ପିଲାମାନଙ୍କ ଉପରେ କୈାଣସି ଅଘଟଣ ଘଟେ ଏଥିପ୍ରତି ଶିକ୍ଷା ବିଭାଗ ଦାୟୀ ରହିବେ ବେ କି ? ବୋଲି ସମାଜସେବୀ ସୁକାନ୍ତ ସେଠୀ ଅଭିଯୋଗ କରିଛନ୍ତି। ଏହି ସମ୍ପର୍କରେ ଆମେ ସି ଆର ସି ହେମନ୍ତ କୁମାର ପଣ୍ଡା ଓ ବିଷମକଟକ ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରୀ ନବୀନ ଚନ୍ଦ୍ର ଖୋରା ଙ୍କୁ ବୋହୁ ବାର ଜଣାଇଥିଲୁ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ମାନେ।ଏଣୁ ରାୟଗଡ଼ା ଜିଲ୍ଲା ପାଳ ଏହାକୁ ଟିକେ ଦୃଷ୍ଟି ଦେବାକୁ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି। କାରଣ ଆଜିର ଶିଶୁ କାଲିର ଭବିଷ୍ୟତ । ଯଦି ପ୍ରତ୍ୟେକ ସ୍କୁଲରେ ଏପରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ବାରା ପିଲାଙ୍କୁ କାମରେ ନିୟୋଜିତ କରାଯାଏ ତାହେଲେ ପିଲାମାନଙ୍କର ଭବିଷ୍ୟତ ପାଇଁ ଗଣଶିକ୍ଷା ବିଭାଗର କିମ୍ବା ସରକାରୀ ଶିକ୍ଷୟତ୍ରୀ ଦାୟୀ ରହିବେ କି ? ବୋଲି ଜନସାଧାରଣ ମାନେ ପ୍ରଶ୍ନ କରିଛନ୍ତି। ଏଥି ପ୍ରତି ରାୟଗଡ଼ା ଜିଲ୍ଲା ପାଳ ଓ ବିଷମକଟକ ବ୍ଲକ ଶିକ୍ଷା ଅଧିକାରୀ ଦୃଷ୍ଟି ଦେଇ ଏଭଳି ଅମାନୁଷିକ କାର୍ଯ୍ୟ ପାଇଁ ଶିକ୍ଷୟତ୍ରୀ ଙ୍କୁ ଦଣ୍ଡିତ କରିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ଏହି ସମ୍ପର୍କରେ ଆମେ ରାୟଗଡ଼ା ଜିଲ୍ଲା ପାଳ ଙ୍କୁ ଯୋଗାଯୋଗ କରିବାରୁ ସେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି।