
ବିଷମକଟକ,୩/୧୨(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକ ଡାକୁ ଲୁଗୁଡ଼ା ,କୁଟ୍ରାଗଡ଼ ଓ ଥୁଆପାଡ଼ି ଚାଷି ଙ୍କୁ ନେଇ ପାଇକ ଡାକୁଲାଗୁଡ଼ା ପଞ୍ଚାୟତ ଅଫିସ୍ ରେ ଖରିଫ୍ ୨୦୨୪-୨୦୨୫ ବର୍ଷ ଧାନ ସଂଗ୍ରହ କରିବା ଆଗରୁ ସଚେତନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ।ସେହିପରିଏହି ଅନ୍ୟ ୧୮ ଟି ପଞ୍ଚାୟତ ର ଚାଷୀ ମାନଙ୍କୁ ମଧ୍ୟ ସଚେତନ କରାଯିବ ବୋଲି ବିଷମ କଟକ ସମବାୟ ସମିତି ତରଫରୁ ସୂଚନା ମିଳିଛି। ଏହି ସଚେତନ କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେମିତି ଚାଷୀ ମାନେ ସଠିକ୍ ମାନର ଧାନ ମଣ୍ଡି କୁ ନେଇ ଆସିବେ ଓ ସରକାର ଙ୍କ ଠୁ ଠିକ୍ ମୁଲ୍ୟ ପାଇବେ ଯାହାକି ସରକାର ସର୍ବନିମ୍ନ ମୁଲ୍ୟ ୨୩୦୦ ଟଙ୍କା ରଖିଥିବା ବେଳେ ଅତିରକ୍ତ ୮୦୦ ଟଙ୍କା ଇନପୁଟ୍ ଯରିଆରେ ୨୪ ଘଣ୍ଟା ମଧ୍ୟ ରେ ଚାଷି ନିଜ ଆକାଉଣ୍ଟ ରେ ପାଇବେ ।FAQ ମାନ ର ସଫା ଧାନ ମଣ୍ଡି କୁ ଆଣିବା ପାଇଁ ଅବଗତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଷମକଟକ ବ୍ଳକ ର ଯୋଗାଣ ବିଭାଗ ଅଧିକାରି ଦେବଦତ ଲେଙ୍କା, ସମବାୟ ସଂସ୍ଥା ର ପରିଚାଳନା ନିର୍ଦ୍ଧେଶକ ସାନ୍ତୁନୁ କୁମାର ସାହୁ, RMC କର୍ମଚାରି ଓ ସ୍ଥାନିୟ ସରପଞ୍ଚ ଉପସ୍ଥିତ ରହି ଚାଷୀ ମାନଙ୍କୁ ସଚେତନ କରି ଥିଲେ ।



