ବିଶିଷ୍ଟ କଳାକାରଙ୍କ ପରଲୋକ

9

ଧରାକୋଟ,୩/୧୨ (ଜିଲ୍ଲା ଖବର) : ଧରାକୋଟ ବ୍ଲକ ର ସରଧାପୁର ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ସୁଖ୍ୟାତି ଅର୍ଜନ କରିଥିବା ମହାଭାରତ ନାଟକର ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରୁଥିବା ପୁରୁଖା କଳାକାର ଉତ୍ସବ ବିଶ୍ଵାଳ ଙ୍କର 78 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଏକାଧାରରେ ଜଣେ ସମାଜସେବୀ,କଳାକାର ଓ ସଫଳ ଚାଷୀ ଭାବରେ ଆଖ ପାଖ ଅଂଚଳରେ ବେଶ ଜଣାଶୁଣା ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ବିଦେଶୀ,ମହେନ୍ଦ୍ର ଓ ତିନି ଝିଅ ଅଭିଳାଶି,ଗୀତାଞ୍ଜଳି , ରିତାଞ୍ଜଳି ସମେତ ସମସ୍ତ ପୁତ୍ରବଧୂ ଓ ନାତି ନାତୁଣୀ ଉପସ୍ଥିତ ରହିଥିଲେ। ଋଷିକୂଲ୍ୟା ନଦୀ ତଟରେ ଥିବା ଉତ୍ତର ବାଙ୍କ ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଜଣେ ମେଳାପି,ପରୋପକାରୀ ଓ ବଦାନ୍ୟ ବ୍ୟକ୍ତି ଭାବରେ ସେ ସବୁଠି ପରିଚିତ ଥିଲେ। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।