
ପୁରୁଷୋତ୍ତମପୁର,୨/୧୨(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜାଗା ପରି ଦର୍ଶନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିରକୁ ଅପରାହ୍ଣ ୪.୩୦ ଘଣ୍ଟା ସମୟରେ ଆସି ମା’ ଙ୍କ ଆଶିଷ ଲାଭ କରିଛନ୍ତି । ମା’ଙ୍କ ପାଖରେ ୧୦୮ ପଦ୍ମ ସହ ମନ୍ତ୍ର ପାଠ ଉଚ୍ଚାରଣରେ ପୂଜା ହୋଇଛି। ତାରାତାରିଣୀ ପୀଠ ପରିସର ରେ ଥିବା ଭନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ ଦେଖୁଛନ୍ତି । ଏହା ସହ ଉପସ୍ଥିତ ଥିବା ମନ୍ଦିର ପୂଜାରୀ ମାନଙ୍କ ସହ ଆଲୋଚନା କରିଥିଲେ |

ବାପୁଜୀ ରଣା ମୁଖ୍ୟ ପୂଜାରୀ ପୂଜା କରିଥିଲେ । ଆଗକୁ
ପ୍ରଧାନମନ୍ତ୍ରୀ ଆସିବା ନେଇ ସେବାୟତ ମାନେ ନିମନ୍ତ୍ରଣ କରିଛନ୍ତି । ସ୍ଥାନୀୟ ପୋଲିସ
ପ୍ରଶାସନ, ଜିଲ୍ଲା ପ୍ରଶାସନ, ବିଡ଼ିଓ ମନୋଜ କୁମାର ନାୟକ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି
ପରିଡ଼ା, ଗଞ୍ଜାମ ଅତିରିକ୍ତ ଜିଲ୍ଲା ପାଳ ଦେବଦତ୍ତ ମହନ୍ତ, ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରମୋଦ କୁମାର ପଣ୍ଡା, ତହସିଲଦାର ବିନୋଦ କୁମାର ବେହେରା, ସ୍ଥାନୀୟ ଏନଏସି କାର୍ଯ୍ୟନିର୍ବାହୀ ଅଧୁକାରୀ ଗୋବିନ୍ଦ ଦଣ୍ଡସେନା, ପୁରୁଷୋତ୍ତମପୁର ଏସ ଡି.ପି ରଜନୀକାନ୍ତ ସାମଲ, ଓ ଛତ୍ରପୁର ଏସଡିପିଓ ଗୌରହରି ସାହୁ, ପୁରୁଷୋତ୍ତମପୁର ଭାରପ୍ରାପ୍ତ ଅକାରୀ ରାଜେଶ ନାୟକ ଉପସ୍ଥିତ ଥିବା ଥୁବାବେଳେ ଛତ୍ରପୁର, ରମ୍ଭା ପୋଲସରାର ସମସ୍ତ ଭାରପ୍ରାପ୍ତ ଅଧିକାରୀ ଏବଂ ବହୁତ ପୋଲିସ ଫୋର୍ସ ମୁତୟନ କରାଯାଇଛି।



