
ଚିକିଟି,୨/୧୨(ଜିଲ୍ଲା ଖବର) : ଲଗାଣ ବର୍ଷା ସତ୍ତ୍ବେ ସେବା ସଂସ୍ଥାନ ଚିକିଟି ର ସଭ୍ୟ ମାନେ ପାତ୍ରପୁର ବ୍ଳକ ଖାରିଆଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବେଲପଡ଼ା ଗ୍ରାମର ପାର୍ବତୀ ସାହୁ ଙ୍କ ଘରେ ପହଞ୍ଚି ଦୁଇବସ୍ତା ଚାଉଳ , ଦୁଇ ମାସର ରାସନ ସହ ୪,000 ଟଙ୍କା ଆର୍ଥିକ ସହାୟତା କରିଥିଲେ। ପାର୍ବତୀ ସାହୁ କର୍କଟ ରୋଗ ରେ ପିଡୀତ ଚିକିତ୍ସା କରି ପରିବାର ଲୋକ ନୟାନ୍ତ ହୋଇଗଲେ, କିନ୍ତୁ ଭଲ ହେଉନାହିଁ। ତା ସହ ତାର ୪୦ ବର୍ଷର ଝିଅ ପାରାଲିସିସ ରୋଗରେ ଶିକାର ଝିଅ ଘରେ ଅଛି। ମାଆ କର୍କଟ ରୋଗୀ ଝିଅ ପରାଲିସିସ ଉଭୟ ଘରେ ପଡ଼ି ରହିଛନ୍ତି। ଘରର ସମ୍ବଳ କିଛି ନାହିଁ । ବଡ଼ଝିଅ ସେ ଗାଁରେ ହିଁ ବିବାହ କରିଛନ୍ତି, ତାର ବି ଆର୍ଥିକ ପରିସ୍ଥିତି ଜଟିଳ। ସେ ମା ଝିଅକୁ ଖାଇବା ଦେବା ସହ ସବୁ ସେବା କରୁଛି। ଏହି ଦୁଃଖଦ ଖବର ଖାରିଆଗୁଡ଼ା ପଞ୍ଚାୟତ ରେ ଶୀତବସ୍ତ୍ର ବଣ୍ଟନ ଦିନ ସେବା ସଂସ୍ଥାନ ଅବଗତ ହୋଇଥିଲା। ତେଣୁ ବର୍ଷା ସତ୍ତ୍ଵେ ମଧ୍ୟ ଏହି ଦୁଃଖଦ ପରିବାର ପାଖରେ ସେବା ସଂସ୍ଥାନ ପହଞ୍ଚିଥିଲା। ସେବା ସଂସ୍ଥାନ ର ଏହିଭଳି କାର୍ଯ୍ୟ ଦେଖି ବେଲପଡା ଗ୍ରାମବାସୀ ଖୁସି ହୋଇ ସେବା ସଂସ୍ଥାନ କୁ ପ୍ରଶଂସା କରିଥିଲେ।



