Home ଆଞ୍ଚଳିକ ଶତାୟୁ ବ୍ୟକ୍ତିଙ୍କ ପରଲୋକ

ଶତାୟୁ ବ୍ୟକ୍ତିଙ୍କ ପରଲୋକ

8

ଧରାକୋଟ,୨/୧୨ (ଜିଲ୍ଲା ଖବର) : ଧରାକୋଟ ଗଡର ମୁସଲମାନ ବସ୍ତିର ଶତାୟୁ ବୃଦ୍ଧ ଆଗା ଜାନ ଖାଁ ଙ୍କ ର 101 ବର୍ଷରେ ପରଲୋକ ହୋଇଯାଇଛି। ସେ 1964 ମସିହାରେ ଧରାକୋଟ ବ୍ଲକ ପ୍ରତିଷ୍ଠା ସମୟରୁ ବ୍ଲକରେ ସରକାରୀ ଚାକିରି ଆରମ୍ଭ କରି 1997 ରେ ସେଠାରୁ ଅବସର ଗ୍ରହଣ କରିଥିଲେ। ନିଜର ସରଳ ଓ ଅମାୟିକ ଗୁଣ ଯୋଗୁଁ ସେ ବ୍ଲକର ପ୍ରଶାସନିକ ଓ ରାଜନୟୀତିକ ବ୍ୟକ୍ତି ମାନଙ୍କ ପ୍ରିୟପାତ୍ର ହୋଇ ଦୀର୍ଘ 33 ବର୍ଷ ଗୋଟିଏ ସ୍ଥାନରେ ଚାକିରି ଆରମ୍ଭ କରି ଅବସର ଗ୍ରହଣ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଆକବର,କନିଷ୍ଠ ପୁତ୍ର ଇଶମାଇଲ,ଚାରି ଜଣ ଝିଅ ,ପୁତ୍ରବଧୂ,ନାତି ଓ ନାତୁଣୀ ମାନେ ଉପସ୍ଥିତ ରହିଥିଲେ। ମୁସଲମାନ ରୀତି ନୀତି ଅନୁଯାୟୀ ତାଙ୍କର ଶବକୁ କବର ଦିଆଯାଇଥିଲା। ସେ ଜଣେ ସରଳ, ମେଳାପି ,ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।