ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ସଫଳତା ସମ୍ବନ୍ଧିତ ହେଲେ ୧୧ ମେଧାବୃତ୍ତଧାରୀ ଛାତ୍ର ଛାତ୍ରୀ

4

ପୁରୁଷୋତ୍ତମପୁର,୧/୧୨(ଜିଲ୍ଲା ଖବର) : ଶିକ୍ଷା ପରିଷଦ ଓଡିଶା ଦ୍ବାରା ଆୟୋଜିତ ଚଳିତ ବର୍ଷର ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀ ରାଜ୍ୟ ସ୍ତରୀୟ ମେଧାବୃତ୍ତି ପରୀକ୍ଷାରେ ପରମାନନ୍ଦ ଶିଶୁବିଦ୍ୟାମନ୍ଦିର, ସୁନାଥରର ମୋଟ ୧୧ଜଣ ଛାତ୍ର ଛାତ୍ରୀ ବୃଦ୍ଧି ହାସଲ କରିଥିବା ବେଳେ ତୃତୀୟ ଶ୍ରେଣୀ ଛାତ୍ର ଶ୍ରୀ ସୁଦିପ କୁମାର ସାହୁ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବିଦ୍ୟାଳୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏହି ବିଦ୍ୟାଳୟର ତୃତୀୟ ଶ୍ରେଣୀର ସୁଶ୍ରୀ ପ୍ରିୟାଂଶୀ ସାହୁ, ଶ୍ରୀ ମିଲନ୍ ନାହାକ ପଞ୍ଚମ ଶ୍ରେଣୀର ଶ୍ରୀ ରୁଦ୍ର ନାହାକ, ଶ୍ରୀ ବିକ୍ରମ ସ୍ବାଇଁ ଓ ଶ୍ରୀ ଅମିତକୁମାରବେହେରା ସପ୍ତମ ଶ୍ରେଣୀର ଶ୍ରୀ ଶୁଭମ୍ ବେହେରା, ଶ୍ରୀସ୍ବାଧୀନରାଉତ, ଶ୍ରୀ ଆଶୁତୋଷ ନାହାକ, ସୁଶ୍ରୀ ଶ୍ରୀୟା ନାହାକ ଓସୁଶ୍ରୀଶୁଭଶ୍ରୀ ନାହାକ ପ୍ରମୁଖ ୧୧ଜଣ ଛାତ୍ର ଛାତ୍ରୀ ମେଧାବୃଦ୍ଧି ହାସଲ କରି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି । ଏଠାରେ ଶିକ୍ଷାପରି ଷଦ ଓଡିଶା ତରଫରୁ ରାଜ୍ୟ ସ୍ତରୀୟ ଶିଶୁ ବିଜ୍ଞାନ ମେଳା ଆୟୋଜିତ ଅବସରରେ ସ୍ବତନ୍ତ୍ର ଭାବେ ଶିକ୍ଷା ପରିଷଦ ର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାଶ ବୃତ୍ତାଧାରୀ ମାନ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବନ୍ଧିତ କରିଛନ୍ତି । ଏହି ବର୍ଷାଜ୍ୟ ପରିବେଶରେ ଶ୍ରୀଯୁକ୍ତ ପିତାମ୍ବର ମହାଙ୍କୁଡ ପ୍ରଧାନ ଆଚାର୍ଯ୍ୟଙ୍କ ସହିତ ଶିଶୁ ବିଦ୍ୟାମନ୍ଦିରର କାର୍ଯ୍ୟର ତ ସମସ୍ତ ଗୁରୁଜୀ, ଗୁରୁମା ଓ ପରିଚାଳନା କମିଟିର ସଭ୍ୟ ମାନେ ଉପସ୍ଥିତ ରହିଶିଶୁମାନ ଙ୍କୁ ଉତ୍ସାହିତ କରିଥିଲେ ।