
ଚିକିଟି ,୩୦/୧୧ (ଜିଲ୍ଲା ଖବର) : ଚିକିଟୀ ବ୍ଲକ ଅନ୍ତର୍ଗତ ସୁନାପୁର ଗ୍ରାମ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନମେଳାକୁ ସୁନାପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀଧର ବେହେରା ଓ ଶିଶୁ ମନ୍ଦିରର ସଭାପତି ଧନଞ୍ଜୟ ବେହେରା ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଏଥିରେ ଶ୍ରୀକାଶୀବିଶ୍ବନାଥ ବିଦ୍ୟାପିଠର ବିଜ୍ଞାନ ଶିକ୍ଷକ ଏମ୍ . ତ୍ରିନାଥ ପାତ୍ର, ଖେଳ ଶିକ୍ଷକ କେ.ଚନ୍ଦ୍ରେୟା ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କରୁଣାକର ବେହେରା, ଶିକ୍ଷକ ହରି ,ବେହେରା ସମାଜ ସେବୀ ଭୂବୁନି ବେହେରା, ଚୈତନ୍ୟ ପବ୍ଲିକ ସ୍କୁଲର ଶିକ୍ଷକ ପ୍ରସନ୍ନ ଓଡିଆ , ବରିଷ୍ଠ ଜୀବନବୀମା ଏଜେଣ୍ଟ ବାବୁଲା ସେଠୀ, ପୂର୍ବତନ ସେନା ବାହିନୀ ଅଫିସର୍ ଶ୍ରୀ କନ୍ଧ ସେଠୀ,କତୁର ପଞ୍ଚାୟତର ସମିତି ସଭ୍ୟ ପ୍ରତିନିଧୀ ମୋହନ ବେହେରା ଏବଂ ପ୍ରଶାନ୍ତ ଚୌଧୁରୀ ଯୋଗଦେଇଥିଲେ।

ବିଦ୍ୟାଳୟର ଶିଶୁ ଭଉଣୀମାନେ ପୁଲ,ଚନ୍ଦନ ଦେଇ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଏଥିରେ ବିଦ୍ୟାଳୟର ବହୁ ଅଭିଭାବକ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରାଇଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ବିଜ୍ଞାନ ମେଳା ପରିଚାଳନାରେ ସହଯୋଗ କରିଥିଲେ।




