ବାଲିପଦର ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଅଧକ୍ଷ ଡ଼କ୍ଟର ପଟ୍ଟନାୟକଙ୍କୁ ଅବସର ସମ୍ବର୍ଦ୍ଧନା

53

ବାଲିପଦର,୩୦/୧୧(ଜିଲ୍ଲା ଖବର) : ସ୍ଥାନୀୟ ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଅଧକ୍ଷ ଡ଼କ୍ଟର ବିବେକାନନ୍ଦ ପଟ୍ଟନାୟକଙ୍କ ସେବା ନୁବୃତ ଅବସର କାଳିନ ସମ୍ବର୍ଦ୍ଧନା ସଭା +2 ଅଧକ୍ଷ ସରୋଜ କାନ୍ତ ଦାସ ଙ୍କ ସଭା ପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି.ପ୍ରାରମ୍ଭିକ ସ୍ୱାଗତ ଭାଷଣ ଅଧ୍ୟପକ ଡ଼କ୍ଟର ଏ ଜିତେଶ ରାଓ ଦୋରା ପ୍ରଦାନ କରିଥିଲେ.ଉକ୍ତ ସଭା ରେ ମଞ୍ଚସିନ ଅତିଥି ବରିଷ୍ଟ ଅଧ୍ୟପକ ଗୋପୀନାଥ ମହାନ୍ତି, ଅମୟ କୁମାର ସ୍ୱାଇଁ ଏବଂ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀ ମାନେ ଡ଼କ୍ଟର ପଟ୍ଟନାୟକ ଙ୍କ କର୍ମ ମୟ ଜୀବନର ନିଷ୍ଠାପରତ, ସମୟଙ୍କୁବାର୍ତିତ୍ତା ଓ ସୁପରିଚାଳନା ଉପରେ ମତବ୍ୟକ୍ତ କରି ଡ଼କ୍ଟର ପଟ୍ଟନାୟକ ଙ୍କ ଅବସର କାଳିନ ସମୟ ନିରାମୟ, ସୁଖରେ ଅତିବାହିତ ହୋଉ ବୋଲି କାମନା କରି କରିଥିଲେ. ପ୍ରାରମ୍ଭ ରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଦାୟ କାଳିନ ସଂଗୀତ ପରିବେଷଣ ପରେ ଏକ ଆଦରମ୍ବାର ପୂର୍ଣ୍ଣ ଉତ୍ସାବରେ ପଟ୍ଟନାୟକଙ୍କୁ ଏକ ଭାବ ବିହୁଳ ପରିବେଶ ମଧ୍ୟରେ ସମ୍ବଦ୍ଧନା ଜ୍ଞାପନ କରାଯାଇଥିଲା. ଉପରରୋକ୍ତ କାର୍ଯ୍ୟକ୍ରମ ଟି ମହାବିଦ୍ୟାଳୟ ର ଉଭୟ +2 ଓ +3 ସ୍ରୋତର ମିଳିତ କର୍ମଚାରୀ ସଂଘ ତରଫରୁ ଅନୁଷ୍ଠିତ କରାଯାଇଥିବା ବେଳେ ମିଳିତ କର୍ମଚାରୀ ସଂଘ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ପରିଚାଳନା କରିଥିଲେ.ଶେଷରେ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରେମାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।