Sunday, October 11, 2026
Home ଆଞ୍ଚଳିକ ହରିଡାଖଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ହରିଡାଖଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

20

ବ୍ରହ୍ମପୁର, (ଅନିଲ କୁମାର ଚୌଧୁରୀ) ; ସୋମବାର ଦିନ 11ଘଣ୍ଟା ସମୟରେ ହରିଡାଖଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରବିନ୍ଦ୍ର ନାଥ ତ୍ରିପାଠୀ , ଅନ୍ୟତମ ଅତିଥି ଭାବେ ସି ଆର ସି ସି ଜୟସେନ ପ୍ରଧାନ,ସି ଆର ସି ସି ପରମେଶ୍ଵର ପାଣିଗ୍ରାହୀ, ସମାଜସେବୀ ତଥା ସାମ୍ବାଦିକ ଅନିଲ କୁମାର ଚୌଧୁରୀ ଏବଂ ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ପଟ୍ଟନାୟକ ଯୋଗଦେଇ ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ । ଏହି ଅବସରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

ପ୍ରଥମ ରୁ ଅଷ୍ଟମ ଯାଏଁ ପଡୁଥିବା ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷୟତ୍ରୀ ସୁଜତା ମହାନ୍ତି, କେ ଆରତି ପାତ୍ର, ଆରତି ରାଣୀ ନାୟକ, ପାରିଜାତ ଚୌଧୁରୀ, ପଦ୍ମାଳୟା ପାତ୍ର, ମମତା ପାଣିଗ୍ରାହୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।