କୋଦଳା ଏନ ଏ,ସି ର ଦୁର୍ନୀତି ବିଷୟରେ ବାଜିଲା ନିୟୁଜ ପଡିଲା ପ୍ରଭାବ କେନସିଲ ହେଲା ୬୨ଟି କାମ

18

କୋଦଳା : ଫଲସ ବିଲ କରି ଲକ୍ଷଲକ୍ଷ ଟଙ୍କା ଖାଇବା ପାଇଁ ଚଲାଇ ଥିଲେ ଯୋଜନା ।ବାହାର କରିଥିଲେ ୬୨ ଟି ଟେଣ୍ଡେର ସେଥି ମଧ୍ୟରୁ କିଛି କାମ ସରିଯାଇଥିବା ବେଳେ କିଛି କାମ ଦୁଇ ଥର ବାହାର କରିଥିଲେ ।ଏନେଇ କାଉଁସିଲର ଭଗବାନ ପାଢ଼ୀ ଅଭିଯୋଗ କରିବାସହ ବିଭିନ୍ନ ଗଣମାଧ୍ୟମ କୁ ଜଣାଇଥିଲେ ।ଏହା ସହ ପିଡି ଦୁଡାଙ୍କ ନଜରକୁ ମଧ୍ୟ ଆଣିଥିଲେ । ଯାହା ଫଳରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେତା ପଶିଥିଲା ଅଫିସର ଙ୍କ ।ଗତ ୧୮ତାରିଖ ରେ ଚିଠି ନମ୍ବର ୪୧୦୨ରେ ଗୋଟେ କାମ କେନସିଲ କରିବା ସହ ଗୋଟେ କାମର ନାମ ପରିବର୍ତନ କରିଥିଲେ ।ବର୍ତମାନ ତା ୨୮ତାରିଖ ରେ ଚିଠି ନମ୍ବର ୪୧୭୫ ରେ ସମସ୍ତ କାମକୁ କେନସିଲ କରାଯାଇଛି ।


ପ୍ରକାଶ ଥାଉକି ଏହି ୬୨ଟି କାମ ଭିତରୁ ଦଣ୍ଡେଶ୍ୱର ଗେଟ ଠାରୁ ନାମ ମନ୍ଦିର ପର୍ଯ୍ୟନ୍ତ ଫେବର, ଇଣ୍ଡୋର ଷ୍ଟାଡିୟମ ସାଇଡ ରେ ଫେବର କାମ ଓ ସବଜେଲ ନିକଟରେ ମାଟି ଫିଲିଙ୍ଗ କାମ ସରିଯାଇଥିବା ବେଳେ କିଛି କାମକୁ ଦୁଇ ଥର ବାହାର କରା ଯାଇଥିଲା ଏବଂ ଏନ ଏ, ସି ପରିସର ଭିତରେ ନ ଯାଉଥିବା କିଛି କାମ ର ମ‌‌ଧ୍ୟ ଟେଣ୍ଡର ବାହାର କରାଯାଇ ଥିଲା ।ତଥା ମନ୍ଦିର କଲର କରିବା ମନ୍ଦିର ରେ ମାଟି ଫିଲିଙ୍ଗ କରିବା ସ୍କୁଲରେ ମାଟି ଫିଲିଙ୍ଗ କରିବା ମନ୍ଦିର ରେ ଫେବର ପକାଇବା ଭଳି ଅନେକ କାମ ରହିଛି |
ଏନେଇ କାଉଁସିଲର ଶ୍ରୀ ପାଢ଼ୀ ସମସ୍ତ ଗଣମାଧ୍ୟମ ଙ୍କୁ ଧନ୍ୟବାଦ ଦେବାସହ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି କି ଡେରିରେ ହେଲେ ମଧ୍ୟ କାର୍ଯ୍ୟନୁଷ୍ଟାନ ନେଇଛନ୍ତି |ଶ୍ରୀ ପାଢ଼ୀ ଆସା ରଖିଛନ୍ତି ଆଗାମୀ ଦିନରେ କୋଦଳା ଏନ ଏ, ସି ର ଯେକୌଣସି ଟେଣ୍ଡର ବାହାରିବ ଏନ ଏ, ସି ପରିସର ଭୁକ୍ତ ଥିବା ଟେଣ୍ଡର ବାହାରିବା ସହ ସରିଯାଇଥିବା କାମର ଟେଣ୍ଡର ଯେମିତି ନ ବାହାରିବ ଏବଂ ଯେକୌଣସି ଟେଣ୍ଡର ବାହାର କରା ଯାଉଛି ତାହାର ସମ୍ପୁର୍ନ ତଥ୍ୟ ପେପର ରେ ଉଲେଖ କରାଯିବ |