Home ଆଞ୍ଚଳିକ ରିଲାଏନ୍ସ ଫାଉଣ୍ଡେସନ ଦ୍ବାରା ବୃକ୍ଷରୋପଣ ଉପରେ ସଚେତନତା ଶିବିର

ରିଲାଏନ୍ସ ଫାଉଣ୍ଡେସନ ଦ୍ବାରା ବୃକ୍ଷରୋପଣ ଉପରେ ସଚେତନତା ଶିବିର

29

ଚିକିଟି,୨୫/୧୧ : ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ଗ୍ରାମ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ଏକ ବୃକ୍ଷରୋପଣ ସଚେତନତା ସଭା ରିଲାଏନ୍ସ ଫାଉଣ୍ଡେସନ ଦ୍ବାରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୃକ୍ଷରୋପଣ କରିବା ଦ୍ୱାରା ବାତ୍ୟା ବିପର୍ଯ୍ୟୟ କିପରି ରୋକାଯାଇ ପାରିବ ତାହାଉପରେ ସଚେତନତା
କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନାପୁର ଗ୍ରାମ ପଞ୍ଚାୟତର ଓ୍ବାର୍ଡ ସଭ୍ୟ ଲବ ବେହେରା, ସ୍ଥାନୀୟ ଶିଶୁ ମନ୍ଦିର ସମ୍ପାଦକ ଶ୍ରୀବତ୍ସ ସାହୁ ଓ ବାତ୍ୟା ଆଶ୍ରୟସ୍ଥଳୀର ପୂର୍ବତନ ସମ୍ପାଦକ ଜଗନ୍ନାଥ ବେହେରା ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ରିଲାଏନ୍ସ ଫାଉଣ୍ଡେସନର ସାମାଜିକ କର୍ମୀ କଣ୍ଟ୍ରାକ୍ଟର୍ ଶ୍ରୀ ପ୍ରଦୀପ କୁମାର ପଣ୍ଡା ପରିଚାଳନା କରିଥିଲେ। ଏବଂ ରିଲାଏନ୍ସ ଫାଉଣ୍ଡେସନର କର୍ମକର୍ତ୍ତା ଜ୍ୟୋତିର୍ମୟ ପାଢ଼ୀ ସହଯୋଗ କରିଥିଲେ। ଏଥିରେ ଗ୍ରାମର ବହୁ ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ ଏବଂ ଯୁବକମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶେଷରେ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ରେଣୁବାଳା ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।