ସର୍ବ ପୁରାତନ ସରକାରୀ ନରସିଂହ ଦାଶ ହାଇସ୍କୁଲ ଐତିହ୍ୟ ବିଦ୍ୟାଳୟରେ ସାମିଲ

8

ପୁରୁଷୋତ୍ତମପୁର,୨୨/୧୧(ଜିଲ୍ଲା ଖବର) : ପୁରୁଷୋତ୍ତମପୁର ସହର ରେ ଥିବା ସର୍ବ ପୁରାତନ ସରକାରୀ ହାଇସ୍କୁଲ ଭାବେ ପରିଗଣତି ହେଉଥିବା ନରସିଂହ ଦାଶ ଉଚ୍ଚ ବିଦ୍ୟା ଳୟକୁଆଜି ଐତିହ୍ୟ ବିଦ୍ୟା ଳୟ ଭାବେ ରାଜ୍ୟ ସରକାର ଙ୍କଠାରୁ ସ୍ୱୀକୃତି ଲାଭକରିଛି | ଏବଂ ପିଏମ ଶ୍ରୀ ସେବାର ସୁଯୋଗ ମଧ୍ୟ ଲାଭ କରିଛି | 1895 ମସିହାରୁ ଆରମ୍ଭ ହୋଇ ଥିବା ଏହି ସରକାରୀ ସ୍କୁଲ ଏକ ଶତାଦ୍ଦୀ ରୁ ଅଧିକ ସମୟ ଧରି ଶିକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖୁଥ‌ିବା ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟର ବିକାଶ ପାଇଁ ରାଜ୍ୟ ସରକାର ନିଷ୍ପଭି ନେଇଛନ୍ତି । ଏହା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସର୍ବପୁରାତନ ୫୧ ଟି ବିଦ୍ୟାଳୟ ଐହିତ୍ୟ ବିଦ୍ୟାଳୟରେ ସାମିଲ ହୋଇଛି। ଗଞ୍ଜାମ ଜିଲାର ୮ଟି ଶିକ୍ଷାନୁଷ୍ଠାନ ଐତିହ୍ୟ ବିଦ୍ୟାଳୟ ମାନ୍ୟତା ପାଇବାକୁ ଯାଉଥ‌ିବା ବେଳେ ଏଥିରେ ପୁରୁଷୋତ୍ତମପୁରର ନରସିଂହ ଦାଶଉଚବିଦ୍ୟାଳୟ ରହିଛି। ପୁରୁଷୋତ୍ତମପୁର ବ୍ଲକର ନରସିଂହ ଦାଶ ବିଦ୍ୟାଳୟ ଏକମାତ୍ର ଶିକ୍ଷା ଅନୁଷ୍ଠାନ ଭାବେ ଐତିହ୍ୟ ସ୍ଥାନ ପାଇଥିବାରୁ ଶିକ୍ଷାବିତ୍ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଓ ଲୋକେ ବିଶେଷ କରି ଏହି ଅନୁଷ୍ଠାନ ର ପୂର୍ବତନ ଶିକ୍ଷକ,ଶିକ୍ଷୟତ୍ରୀ, ଓ ପୂର୍ବତନ ଛାତ୍ର, ଛାତ୍ରୀ, ପୂର୍ବତନ ଓ ଏବର ପରି ଚାଳନାସଭାପତି,ସମ୍ପାଦକ, ସଦସ୍ୟ ମାନେ ବହୁତ ଖୁସିବ୍ୟକ୍ତ କରିଛନ୍ତି | ଶିକ୍ଷାର ଅଭାବ କୁ ନେଇ ୧୮୯୫ ମସିହା ରେ ଯେଉଁ ମହାନ ବ୍ୟକ୍ତି ଙ୍କ ଉଦ୍ୟମରେ ଏହା ପ୍ରତିଷ୍ଠିତ କରିଥିଲେ ତାହା ଆଜି ସାର୍ଥକ ହୋଇ ପାରିଛି |ଏହି ଉଚ୍ଚବିଦ୍ୟାଳୟ ୧୨୯ ବର୍ଷରେ ପଦାର୍ପଣ କରିଛି ।ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୭୫୪ ଜଣ ଛାତ୍ର, ଛତ୍ରୀ ଏଠାରେ ବର୍ତମାନ ଅଧ୍ୟୟନ କରୁଛନ୍ତି | ଏବଂ ଏଠାରୁ ଅଧ୍ୟୟନ କରିଥିବା ବହୁ ପୁରାତନ ଛାତ୍ର ସରକାରି, ଓବେସରକାରୀ ଭାବେ ବିଭିର୍ଣ୍ଣ ପଦ, ପଦବୀ ରେ ରହି ଆସୁଛନ୍ତି | ଏପରି କି କିଛି ଛାତ୍ର ଭାରତୀୟ ପ୍ରଶାସନିକ ସେବା ଓ ଓଡିଶା ପ୍ରଶାସନିକ ସେବା ରେ କାର୍ଯ୍ୟ କରି ଅବ ସର ନେଇଛନ୍ତି ଓ ଏବେ ମଧ୍ୟ କିଛି ଛାତ୍ରକାମ କରୁଛନ୍ତି | ତାସହିତ ଡକ୍ଟର, ଇଞ୍ଜିନିଏର ଭଳି ବଡ଼, ବଡ଼ ପଦବୀରେ ରହି ଆସୁଛନ୍ତି |

୧୯୭୫ ମସିହା ପୁରାତନ ଛାତ୍ର ସଂଘ ପକ୍ଷରୁ ପ୍ରତିଷ୍ଠାତା ନରସିଂହ ଦାଶ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ପୂର୍ବତନ ସରକାର ଙ୍କ ପକ୍ଷରୁ ୫-ଟି ମାଧ୍ୟମରେ ୪୫ ଲକ୍ଷ ଟଙ୍କା ଅନୁଦାନ ରେ ଛାତ୍ର, ଛାତ୍ରୀ ଙ୍କ ପାଇଁ କମ୍ପୁଟର ଶିକ୍ଷା ପ୍ରଦାନ ଓ ଉର୍ନ୍ନତି କାର୍ଯ୍ୟ ହୋଇ ଅଛି |ଓଅନେକକାର୍ଯ୍ୟ ଅସମ୍ପୂର୍ଣ ହୋଇରହିଛି | ତେବେ ଏହି ବିଦ୍ୟାଳୟ ଐତିହ୍ୟ ବିଦ୍ୟାଳୟରେ ସାମିଲା କରାଯିବା ରାଜ୍ୟ ସରକାରଙ୍କ ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ସର୍ଦ୍ଦାରଙ୍କ ସହିତ ବରିଷ୍ଠ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ରଥ,ଏରାଜଗୋପାଳ ରାଓ, ପୂର୍ବତନ ଛାତ୍ର ଡାକ୍ଟର ଚରଣ ପଣ୍ଡା, ପୂର୍ବତନ ଜିଲ୍ଲା ପାଳ ଉପେନ୍ଦ୍ର ତ୍ରିପାଠୀ, ଓଡିଶା ପ୍ରଶାସନ ଅଧିକାରୀ ନାରାୟଣ ବେହେରା, ଡକ୍ଟର ବିଭୁତି ଦାଶ, ( ଆମେରିକା ଫେରନ୍ତା ) ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ବିଶ୍ଵମ୍ବର ପଣ୍ଡା, ପୂର୍ବତନ ଏନଏସି ଅଧକ୍ଷ ବାସୁଦେବ ମହାପାତ୍ର, ଯୁବ ରାଜ ନେତା ନିର୍ମଳ ଚନ୍ଦ୍ର ସାହୁ, ସମେତବହୁପୂର୍ବତନ ଛାତ୍ର,ଅଞ୍ଚଳବାସୀ କହିଛନ୍ତି।