Home ଆଞ୍ଚଳିକ ନନ୍ଦନ ଇଣ୍ଟରନ୍ୟାସନାଲ ହୋଟେଲ ସମ୍ମିଳନୀ କକ୍ଷରେ ସେନ୍ଚୁରିଆନ ୟୁନିଭରସିଟି ତରଫରୁ ଏକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ନନ୍ଦନ ଇଣ୍ଟରନ୍ୟାସନାଲ ହୋଟେଲ ସମ୍ମିଳନୀ କକ୍ଷରେ ସେନ୍ଚୁରିଆନ ୟୁନିଭରସିଟି ତରଫରୁ ଏକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

33

ବ୍ରହ୍ମପୁର, ୨୦/୧୧ : ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ନନ୍ଦନକ ଇଣ୍ଟରନ୍ୟାସନାଲ ହୋଟେଲ ସମ୍ମିଳନୀ କକ୍ଷରେ ଏକ ଅଭିଭାବକ ସମ୍ମିଳନୀ ସେନଚୁରିଆନ ୟୁନିଭରସିଟି ତରଫରୁ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୟୁନିଭରସିଟି ଏଗ୍ରିକଲଚର ଡିନ୍ ଡକ୍ଟର ଏସ.ପି.ନନ୍ଦ, ଇଞ୍ଜିନିୟରିଂ ଡିନ୍ ଡକ୍ଟର ପ୍ରଫୁଲ୍ଲ ପଣ୍ଡା, ରେଜିଷ୍ଟ୍ରାର ଡକ୍ଟର ଅନିତା ପାତ୍ର, କ୍ଯାମ୍ପସ ଡାଇରେକ୍ଟୋର ଡକ୍ଟର ଦୁର୍ଗା ପ୍ରସାଦ ପାଢୀ ଏବଂ ଆଡମିସନ ରିଜିଓନାଲ ମ୍ୟାନେଜର ଏସ୍ ଫାଲଗୁନ ରାଓ ସମେତ ଯୋଗ ଦେଇଥିଲେ । ପରିଚାଳନା ନିମନ୍ତେ ଗଞ୍ଜାର ଜୋନ୍ ତରଫରୁ ଆଡମିସନ ମ୍ୟାନେଜର ରଜନୀ କାନ୍ତ ପାଢୀ ଏବଂ ଗଣେଶ ଡାକୁଆ ସହଯୋଗ କରିଥିଲେ l
ନ୍ୟୁ ଏଜୁକେସନ ପଲିସିର ଉପଯୋଗୀତା ସହିତ ଛାତ୍ରମାନଙ୍କ ଭବିଷ୍ୟତ ଗଠନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଅଭିଭାବକ ମାନେ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ସହଭାଗୀତା କରିଥିଲେ ।ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ଓ ଦକ୍ଷତା ଉପରେ ଗୁରୁତ୍ଵ ଦିଆଯାଇଥିଲା । ଅଭିଭାବକ ଲକ୍ଷ୍ମୀକାନ୍ତ ମିଶ୍ର ଓ ଅନ୍ୟାନ୍ୟ ଅଭିଭାବକ ମାନେ ମଧ୍ୟ ୟୁନିଭରସିଟି କାର୍ଯ୍ୟ ଦକ୍ଷତା କୁ ଭୂୟସୀ ପ୍ରଶଂସା କରିଥିଲେ ।