ଆସିକା ସରକାରୀ ଏନ୍ ଏ ସି ହାଇସ୍କୁଲ ବିଦ୍ୟାର୍ଥୀଙ୍କ ସଫଳତା

29

ଆସିକା ସରକାରୀ ଏନ୍ ଏ ସି ହାଇସ୍କୁଲର ଛାତ୍ର ଜିଗ୍ନେସ୍ ସ୍ବାଇଁ ପିତା-ଅଶୋକ ସ୍ବାଇଁ ଜିଲ୍ଲା ସ୍ତରୀୟ କଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ନବମ ଶ୍ରେଣୀର ଛାତ୍ର ଅନିକେତ କୁମାର ସାହୁ ପିତା-କୁନା ସାହୁ ବ୍ଳକ୍ ସ୍ତରୀୟ ବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ଓ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବାରୁ ବିଦ୍ୟାଳୟର ଗୈାରବ ବୃଦ୍ଧି କରିଛନ୍ତି। ଏଥିନିମନ୍ତେ ଅଭିଭାବକ ଓ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମହଲରେ ଆନନ୍ଦ ପରିଲକ୍ଷିତ ହୋଇଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଶୁଭେଚ୍ଛା ଜଣାଇଛନ୍ତି।