
ପୁରୁଷୋତ୍ତମପୁର 9/11 : ପୁରୁଷୋତ୍ତମପୁର,ସହର ସ୍ଥିତ ତାରା ତାରିଣୀ ମହାବିଦ୍ୟାଳୟ ରେ ବ୍ରହ୍ମପୁର ବିଶ୍ୱ ବିଦ୍ୟଳୟ ଆନୁକୂଲ୍ୟ ରେ ଅନ୍ତ ମହାବିଦ୍ୟାଳୟ ଭଲିବଲ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ଦୁଇଦିନ ଧାରି ଚାଲିଥିଲା | ଗତ କାଲି ଓ ଆଜି ଉଦଯାପିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ, ଓ ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରା ଯୋଗ ଦେଇ ଉଦଘାଟନ କରିଥିଲେ | ତାରା ତାରିଣୀ ମହାବିଦ୍ୟାଳୟ ର ପରିଚାଳନା ପରିଷଦ ର ସଭାପତି ଥିବା ବାସୁଦେବ ମହାପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅଧକ୍ଷ ଡ଼ଃ ସୁରେନ୍ଦ୍ର ନାଥ ପଣ୍ଡା, ଡ଼ଃ ରମେଶ ଚନ୍ଦ୍ର ସେନାପତି, ଡ଼ଃ ପ୍ରଦୀପ କୁମାର ସାହୁ, ଓ ବିଶ୍ୱ ବିଦ୍ୟାଳୟ ରୁ ଆସିଥିବା ଦୁଈ ଅତିଥି ରବିଚରଣ ମିଶ୍ର ଓ ରାଜେଶ କୁମାର ନାହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଥିଲେ |

ଏହି ଉତ୍ସବ ରେ ଆବାହକ ମୀନ କେତନ ନାହାକ, କପିଳେଶ୍ୱର ଦାଶ, ଖେଳ ଶିକ୍ଷକ ଶିବ ପ୍ରାସାଦ ବେହେରା, ସୁଧୀର କୁମାର ଦାଶ ପ୍ରମୁଖ ପରିଚାଳନା କରିଥିଲେ |ତେବେ ଶେଷ ଦିନରେ ମୀନକେତନ ଡିଗ୍ରୀ କଲେଜ ଗୁରାଣ୍ଡି ର ପିଲା ମାନେ ରନର ହୋଇ ଟ୍ରଫି ନେଇଥିଲା ବେଳେ , ଜୀବନ ଜ୍ୟୋତି ମହାବିଦ୍ୟାଳୟ, ରାଇକିୟା ର ପିଲାମାନେ ଉଇନେର ହୋଇ ଅତିଥି ମାନଙ୍କ ଠାରୁ ଟ୍ରଫି ଧରି ଯାଇଥିଲେ | ଆସନ୍ତା ବର୍ଷ କୁ ମଧ୍ୟ ଏହି କ୍ରୀଡା କରିବାକୁ ମହାବିଦ୍ୟାଳୟ ଘୋଷଣା କରିଛି



