କବିସୂର୍ଯ୍ୟନଗର ପଥରା ଗ୍ରାମରେ ନବ ନିର୍ମିତ ମହିମା ଧର୍ମାଶ୍ରମ ପ୍ରତିଷ୍ଠା ମହୋତ୍ସବ

89

କବିସୂର୍ଯ୍ୟନଗର ,୭/୧୧(ଜିଲ୍ଲା ଖବର) : କବିସୂର୍ଯ୍ୟନଗର ପଥରା ଗ୍ରାମରେ ନବନିର୍ମିତ ମହିମା ଆଶ୍ରମ ପ୍ରତିଷ୍ଠା ହୋଇଯାଇଛି। ମହିମା ଧର୍ମର ପ୍ରଚାର ଓ ପ୍ରସାର ପାଇଁ ଉକ୍ତ ଆଶ୍ରମ ପରିସରରେ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି।ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ସମାଜସେବୀ ବଂଶୀଧର ନାହାକ ସମେତ ଆସିକା ଓ କବିସୂର୍ଯ୍ୟନଗର ଅଂଚଳର ବହୁ ଶ୍ରଦ୍ଧାଳୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏଥିରେ ମହିମା ଧର୍ମ ସମାଜର ସଭାପତି ଶୁକଦେବ ବାବା, କମିଟି ପରିଚାଳକ ପ୍ରସନ ବାବା, ସହସମ୍ପାଦକ ସାଧୁ ଅନାମ ଚରଣ ଦାଶ, ଦକ୍ଷିଣାଞ୍ଚଳରେ ମହିମା ଧର୍ମ ପ୍ରଚାରକ ଜୟଦେବ ବାବା, ଧ୍ରୁବନନ୍ଦ ବାବା, ସାଧୁ ଚୈତନ୍ୟ ଦାଶ, ସାଧୁ ଅନାଦି ଦାଶ, ସାଧୁବାବା ଅନାମ ଚରଣ ଦାଶ, ସାଧୁ ଗୌତମ ଦାଶ, ସାଧୁ ସତ୍ୟବାନ ଦାଶ, ସାଧୁ ଦୟାନିଧି ଦାଶ ପ୍ରମୁଖ ଯୋଗଦାନ କରିଥିଲେ। ବିଶ୍ୱ ବ୍ରହ୍ମାଣ୍ଡର କଲ୍ୟାଣ ଓ ମଙ୍ଗଳ ନିମିତ୍ତ ବ୍ରହ୍ମ ଧ୍ଵନିରେ ଘୃତ ଆହୁତି, ଅଖଣ୍ଡ ଘିଅ ଦୀପ ପ୍ରଜ୍ଜଳନ ସାଙ୍ଗକୁ ଅହୋରାତ୍ର ବ୍ରହ୍ମ ନାମ ଭଜନ ହୋଇଥିଲା। ମହିମା ଧର୍ମ ଆଧାରିତ ଆଧ୍ୟାତ୍ମିକ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟମାନ ବି ଅନୁଷ୍ଠିତ ହୋଇଅଛି। ଉଦ୍ୟୋକ୍ତା ଭକ୍ତ କାଶୀନାଥ ପଢ଼ିଆରୀ, ମାଆ ଉର୍ମିଳା ପଢ଼ିଆରୀ, ପୁତ୍ର ଅବନାନନ୍ଦ ପଢ଼ିଆରୀ, ଭକ୍ତ ନିରଞ୍ଜନ ଲେଙ୍କା,

ସମାଜସେବୀ ଏ ବ୍ରହ୍ମାନନ୍ଦ ଆଚାରୀ ତଥା ପଥରା ଗ୍ରାମବାସୀଙ୍କ ଦ୍ୱାରା ଉକ୍ତ କାର୍ଯ୍ୟ ଦୁଇଦିନ ବ୍ୟାପି ଅନୁଷ୍ଠିତ ଜାରି ରହିବ ବୋଲି ଜଣାପଡିଛି।ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଶ୍ୱ ଶାନ୍ତି ପ୍ରତିଷ୍ଠା ପାଇଁ ମହିମା ଧର୍ମର ଏହି କାର୍ଯ୍ୟପନ୍ଥା ଓ ଆଧ୍ୟାତ୍ମିକ ପ୍ରଚାର ପ୍ରସାର ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବେଶ ଖୁସି ଆଣିଦେଇଥିବା ଦେଖିବାକୁ ମିଳିଛି।