ଡାକ୍ତର ମେଡିକାଲ ନଯିବା ସମ୍ପର୍କରେ ଖବର ପ୍ରଚାରିତ ପରେ ଘଟଣାକୁ ଚପାଇବା ପାଇଁ ଚାଲିଛି ଉଦ୍ୟମ

105

ବିଷମକଟକ ୫-୧୦(ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡା ଗ୍ରାମ ପଞ୍ଚାୟତର ଡାଙ୍ଗୁ ସରକାରୀ ମେଡ଼ିକାଲ ରେ ବହୁତ ଦିନ ହେବ ଡାକ୍ତର ପ୍ରକାଶ ଚନ୍ଦ୍ର ଓଝା ଆସୁନାହାନ୍ତି ବୋଲି ଖବର ପ୍ରସାରଣ ପରେ ଏବେ ଘଟଣାକୁ ଚପାଇ ବା ପାଇଁ ଉଦ୍ୟମ ଚାଲୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ମାନେ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଉପରିସ୍ଥ ଅଧିକାରୀ ଙ୍କୁ ହାତ କରି ଘଟଣାକୁ ଚପାଇବା ପାଇଁ ଚାଲିଛି ଉଦ୍ୟମ। କାରଣ ଏପରି ଡାକ୍ତର ନଯିବା ଘଟଣା ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଉପରିସ୍ଥ ଅଧିକାରୀ ଲାଲ୍ ମୋହୋନ ରାଉତ୍ ରାଏ ଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଠି ଫାର୍ମାସିଷ୍ଟ ବିରେନ୍ଦ୍ର ପାତ୍ର ଜଣେ ହିଁ ସମସ୍ତ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ ମାନେ। ଏଠି ଗୋଟିଏ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି ଯେ ଏପରି କାର୍ଯ୍ୟ ସମ୍ପର୍କରେ ସବୁ ଜାଣିବା ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ କାହିଁକି? ନେଉନାହାନ୍ତି।ଏପରି ଦିନେ ନୁହେଁ କି ଦୁଇ ଦିନ ନୁହେଁ ମାସ ମାସ ଧରି ଏପରି ଡାକ୍ତର ନଯିବା ଘଟଣା ସମ୍ପର୍କରେ ସବୁ ଜାଣିବା ପରି ଅଭିନୟ କରୁଛନ୍ତି ରାୟଗଡ଼ା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଉପରିସ୍ଥ ଅଧିକାରୀ।‌ ଯଦି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହେଲେ ଜିଲ୍ଲା ପାଳ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ଗ୍ରାମବାସୀ ମାନେ। ଏହି ସମ୍ପର୍କରେ ଆମେ ବିଧାୟକ ନିଳମାଧବ ହିକକା ଙ୍କୁ ଜଣାଇବା ପରେ ସେ କହିଛନ୍ତି ଯେ ସେ ରାୟଗଡ଼ା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଉପରିସ୍ଥ ଅଧିକାରୀ ଙ୍କ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି।