କେ ଏନ ପୂର ର ଜଣେ ବ୍ୟକ୍ତି ପାଣିରେ ବୁଡି ମୃତ

14

ପୁରୁଷୋତ୍ତମପୂର, ୨୨/୧୦ : ପୁରୁଷୋତ୍ତମପୂର ବ୍ଲକ ଅନ୍ତର୍ଗତ କେ ଏନ ପୂର ପଂଚାୟତ ର ସନ୍ୟାସୀ ବେହେରା 54ବର୍ଷ, ପିତା –ମୃତ ସମ୍ବାରିଆ ବେହେରା ଆଜି ଅପରାହ୍ନରେ ଗାଁମଧ୍ୟରେ ପ୍ରବାହିତ ହିରାଧାରକେନାଲକୁ ଗାଧୋଇବାପାଇଁ ଯାଇଥିଲା ଵେଳେ ହଠାତ ଘାଟ ପାବଛ ରେ ତାଙ୍କରଗୋଡ଼ଖସି ଯାଇ ଥିଲା |ତେବେ ପାଣିରେ ବୁଡି ଭାସି ଯାଇଥିଲେ | ସେ ଭାସି ଯାଉଥିବାର ଦେଖି କିଛି ଲୋକ ଆସି ତାଙ୍କର ଘରେ ଖବର ଦେଇଥିଲେ | ସମାଜ ସେବୀ ଓ ସରପଞ୍ଚ ଫାୟାର ବିଭାଗ କୁ ଖବର ଦେଇଥିଲେ | ଘଟଣା ସ୍ଥଳରେ ଫାୟାର ବିଭାଗ ପହଂଚି କିଛିଦୂର ରେ ନାଳ ନିକଟରୁ ଉଦ୍ଧାର କରି ପୁରୁଷତ୍ତମ ପୂର ବଡ଼ ମେଡି କାଲକୁ ଧରି ଆଣି ଥିଲେ | ତେବେ ଡକ୍ଟରତାଙ୍କୁ ମୃତ୍ୟୁ ଘୋଷଣା କରି ଥିଲେ | ତାଙ୍କୁ ପୋଷ୍ଟ ନାଟମ କରିବା ପାଇଁ ପୁରୁଷୋତ୍ତମ ପୂର ଥାନାରେ ଏବିଷୟ ରେ ଜଣାଇ ଥିଲେ | ଥାନା ରେ ସନ୍ୟାସୀ ଙ୍କ ନାମ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି | ସନ୍ୟାସୀ ଜଣେ ଗରିବ ବ୍ୟକ୍ତି ଓ ତାଙ୍କର 5ଗୋଟି ଝିଅଓ ଗୋଟିଏ ପୁଅ ଅଛନ୍ତି | ସେମଧ୍ୟରୁ ଗୋଟିଏ ଝିଅର ବାହାଘର ହୋଉଥିଲା ବେଳେ ଆହୁରି ଚାରିଗୋଟି ଝିଅ ବାହା ନହୋଇ ଅଛନ୍ତି | ତେଣୁ ତାଙ୍କର ଏହି ଅକାଳ ବିୟୋଗଯୋଗୁଁତାଙ୍କପରି ବାର କୁସରକାରୀସାହାଯ୍ୟ ସହ ଯୋଗେ ଦେବାକୁଗ୍ରାମବାସୀ ମାନେ ଦାବି କରିଛନ୍ତି |