
ଧରାକୋଟ,୨୨/୧୦ : ଧରାକୋଟ ପଞ୍ଚାୟତ ସମିତି ର ବୈଠକ ଦୀର୍ଘ ଦିନ ପରେ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ଆସିକା ସାଂସଦ ପ୍ରତିନିଧି ଶରତ ପାଣିଗ୍ରାହୀ,ଉପାଧ୍ୟକ୍ଷ ମନୋଜ ସାହୁ ଯୋଗ ଦେଇଥିବା ବେଳେ ବି ଡି ଓ ଡେନିସ ବେହେରା ଏଥିରେ ସଂଯୋଜନା କରିଥିଲେ। ଏ ବି ଡି ଓ ସୁଶିଲ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦୀର୍ଘ ଦିନ ଧରି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇନଥିବା ଯୋଗୁଁ ସମିତି ବୈଠକ ରେ ସମିତି ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିବା ପରେ ଅଧ୍ୟକ୍ଷା ଏଣିକି ନିୟମିତ ଭାବେ ବୈଠକ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ସମସ୍ତ ସରପଞ୍ଚ,ସମିତି ସଭ୍ୟ ଓ ନିର୍ବାଚିତ ପ୍ରତିନିଧି ମାନେ ମତଭେଦ ଭୁଲି ଧରାକୋଟ ବ୍ଲକ ର ଉନ୍ନତି ପାଇଁ ଚେଷ୍ଟା କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇ ସୁଭଦ୍ରା, ପି ଏମ କିଶନ,ଏମ କେ ୟୁ ଆଇ,ସ୍ବାସ୍ଥ୍ୟ,ଶିକ୍ଷା,ପଶୁପାଳନ, ପିଇବା ପାଣି, ରାସନ କାର୍ଡ,ଗୃହ ନିର୍ମାଣ, ମନରେଗା ବିଷୟରେ ଆଲୋଚନା କରିଥିଲେ। ଏଥିରେ ୨୦୨୩/୨୪ ଆର୍ଥିକ ବର୍ଷର ଯୋଜନା ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲା ପରିଷଦ ସଭ୍ୟ ଟୁକୁନା ଗୌଡ଼,ପ୍ରତାପ ସ୍ଵାଇଁ ଙ୍କ ସମେତ ସମସ୍ତ ସରପଞ୍ଚ,ସମିତି ସଭ୍ୟ ଉପସ୍ଥିତ ରହିଥିଲେ। ବ୍ଲକର ସମସ୍ତ କର୍ମଚାରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ।



