ପୁରୁଷୋତ୍ତମପୁର,8/10 : ପୁରୁଷୋତ୍ତମପୁରବ୍ଳକ ଅନ୍ର୍ତଗତ ଆଛୁଲି କ୍ଳଷ୍ଟର ର ଉନ୍ନୀତଉଚ୍ଚବିଦ୍ୟାଳୟ,ହାଣ୍ଡି ଘର ଠାରେ ନୂତନ ସିଆରସିସି ମନୋଜ କୁମାର ପଣ୍ଡାଙ୍କ ସଂଯୋଜନା ଏବଂ ପୂର୍ବତନ ସିଆରସିସି ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ରୂପେ ଅତିରିକ୍ତ ଗୋଷ୍ଠୀଶିକ୍ଷାଧିକାରୀ ତଥା ବିଆରସିସି ସିମାଞ୍ଚଳ ରଥ,ମୂଖ୍ଯ ବକ୍ତା ରୁପେ ଅତିରିକ୍ତ ଗୋଷ୍ଠୀଶିକ୍ଷାଧିକାରୀ ରାଜକିଶୋର ସାହୁ, ଅତିଥି ରୂପେ ଟି. ରାଣୀଗାଁକ୍ଳଷ୍ଟର ର ପୁର୍ବତନ ସିଆରସିସି ଭାରତି ଭୂଷଣ ଦାଶ, ପ୍ରତାପୁର କ୍ଳଷ୍ଟର ସି ଆରସିସି ପୂର୍ଣ୍ଣ ଚନ୍ଦ୍ରନାୟକ, କନକା ସିଆରସିସି ହମେନ୍ତ ବହେରୋ, ସ୍କୁଲ ପରିଚାଳନା ସଭାପତି ଶ୍ରୀମତୀ ଗୀତା ମହାରଣା ଯୋଗଦେଇଥିଲେ।ହାଣ୍ଡିଘର ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ବବେି ସାହୁ ସଭାପତି ରୂପେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଆଛୁଲି କ୍ଳଷ୍ଟର ର ୯ଟି ବିଦ୍ୟାଳୟ ର ୧୩୦ ଜଣଛାତ୍ରଛାତ୍ରୀ,ସଂଗୀତ,ର୍ଚକ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍, ସାଂସ୍କୃତିକ କାର୍ଯ୍ୟକ୍ରମଆଦିରେ ଅଂଶ ଗ୍ରହଣ କରିଥିଲେ।ବିଚାରକମଣ୍ଡଳୀ ନାରାୟଣ ଦଳବହେରୋ, ଶୁଭ୍ରାଶୁଂ ମୁଦୁଲି , କୈଳାଶ ଚନ୍ଦ୍ର ବହେରୋ, ଜୟ ଚନ୍ଦ୍ର ବହେରୋ, ରମଶେ ଚନ୍ଦ୍ର ଲଙେ୍କା,ରବିନ୍ଦ୍ର ବହେରୋ,କାହ୍ନୁ ଚରଣ ବହେରୋ, କୈଳାସ ଚନ୍ଦ୍ର ବହେରୋ, ଶ୍ରାମନ୍ତ ସଠେି,ଏ .ରାଜଶେ୍ବର ଦୋରା, ଦୋଳଗୋବିନ୍ଦ ପୋଲାଇ, ରଶ୍ମିତା ମଙ୍ଗରାଜ,ଭାଗ୍ଯଲତା ମହାପାତ୍ର, ସଂଗୀତା ତ୍ରିପାଠୀ ଅମିଳା ଦଳେଇ,ସରିତା ବହେରୋ, ବସୁମତୀ ବହେରୋ, ବିଷ୍ଣୁପ୍ରିୟା ମହାନ୍ତି,ବିମଳା ସଠେିଙ୍କ ଦ୍ବାରା କୃତି ଛାତ୍ର ଛାତ୍ରୀ ଚୟନ କରାଯାଇଥିଲା। ମୁଖ୍ୟ ଅତିଥି ଏବଂ ସମସ୍ତ ଅତିଥି ବୃନ୍ଦ ପ୍ରତ୍ୟକେ ବିଭାଗ ରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଆଛୁଲି ଉ ପ୍ରା ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ମହାପାତ୍ର ଏବଂ ଭାରତି ଭୂଷଣ ଦାଶ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥଲା। ପରିଶଷେରେ ସିଆରସିସି ମନୋଜ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ଉଦ୍ ଯାପନ କରିଥିଲେ।



