Home Uncategorized ସୁନାଥର ଗ୍ରାମରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା(ବୈଜ୍ଞାନିକ ମନୋବୃତ୍ତି ନିମନ୍ତେ ଶୃଙ୍ଖଳିତ ନିରନ୍ତର ସାଧନା ଆବଶ୍ୟକ)...

ସୁନାଥର ଗ୍ରାମରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା(ବୈଜ୍ଞାନିକ ମନୋବୃତ୍ତି ନିମନ୍ତେ ଶୃଙ୍ଖଳିତ ନିରନ୍ତର ସାଧନା ଆବଶ୍ୟକ) —

37

ପୁରୁଷୋତ୍ତମପୁର ,୭/୧୦ : ପୁରୁଷୋତ୍ତମପୁର ବ୍ଲକ ସୁନାଥର ପଞ୍ଚାୟତରେ ଥିବା ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିର, ପସରିସରେ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଅଛି।ଏହି ବିଜ୍ଞାନମେଳାକୁ ସ୍ଥାନୀୟ ସରପଞ୍ଚ ଶ୍ରୀ ଅନିଲ କୁମାର ନାହାକ ଉଦଘାଟନ କରିଥିବା ବେଳେ ଶ୍ରୀ ଅଜୟ କୁମାର ପାଣିଗ୍ରାହୀ ବିଜ୍ଞାନ ଶିକ୍ଷକ ମୁଖ୍ୟ ବକ୍ତା ଭାବେ ଓ ଶ୍ରୀଯୁକ୍ତ ଆନନ୍ଦ ପଧାନ ,ଶାଖା ପରିଚାଳକ ଆଇଡି ବି ଆଇ ବ୍ୟାଙ୍କ ମେନେଜର ସମ୍ମାନନୀୟ ଅତିଥି ରୂପେ ଯୋଗଦାନ କରିଥିଲେ।ଏହି ବିଜ୍ଞାନମେଳାରେ ଶ୍ରୀ ନିଳକଣ୍ଠ ବେହେରା , ଶ୍ରୀ ଅଜୟ କୁମାର ନାହାକ ଓ ଶ୍ରୀମତୀ ମିରା ପ୍ରଧାନ ବିଚାରକ ରୂପେ ଯୋଗଦାନ କରି ସମସ୍ତ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ ।ଶ୍ରୀ ପିତାମ୍ବର ମହାଙ୍କୁଡ, ପ୍ରଧାନ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବୈଜ୍ଞାନିକ ମନୋବୃତ୍ତି ନିମନ୍ତେ ଶୃଙ୍ଖଳିତ ନିରନ୍ତର ସାଧନା ହିଁ ସଫଳତାର ଶୀର୍ଷ ବିନ୍ଦୁରେ ପହଞ୍ଚାଇବ ବୋଲି କୁନି ବୈଜ୍ଞାନିକ ମାନଙ୍କୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିବା ବେଳେ ମୁଖ୍ୟବକ୍ତା ଶୃଙ୍ଖଳା ଓ ସଂସ୍କାର ସହିତ ଅଭ୍ୟାସ ଓ ଆଗ୍ରହ ରହିଲେ ଉତ୍ତମ ଛାତ୍ର ରୂପେ ପରିଗଣିତ ହୋଇପାରିବ ବୋଲି ପ୍ରେରଣା ପ୍ରଦ ଉପଦେଶ ପ୍ରଦାନ କରିଥିଲେ | ମୋଟ ପ୍ରଦର୍ଶିତ ୫୮ଟି ପ୍ରକଳ୍ପ ମଧ୍ୟରୁ ୧୫ ଟି ପ୍ରକଳ୍ପ ରାଜ୍ୟସ୍ତରୀୟ ପାଇଁ ମନୋନୀତ କରାଯାଇଛି।ଏହି କାର୍ଯ୍ୟକ୍ରମରେ କାର୍ଯ୍ୟରତ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ଯା ବୃନ୍ଦ ସହଯୋଗ କରିଥିଲେ।