
( ମୁଖ୍ୟ ସମସ୍ୟା ଡ୍ରେନ ଓ ଜଳ ସେଚନ )
ପୁରୁଷୋତ୍ତମପୁର,୬/୧୦ : ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ରେ କୃଷକ ମାନଙ୍କ ସମସ୍ୟା କୁ ନେଇ ଗଠନ ହୋଈ ଥିବା ସ୍ଵପ୍ନେଶ୍ଵର କୃଷକ ସଙ୍ଘ ତରଫରୁ ତହସିଲଦାର ଙ୍କୁ ଡ୍ରେନ ଓ ଜଳସେଚନର ବ୍ୟବସ୍ତା ଉପରେ ଦାବିପତ୍ର ଦେଲାପରେ ଆଜି ଗଞ୍ଜାମ ଜିଲ୍ଲା ପାଳଙ୍କ ଅଫିସ ରେ ଜିଲ୍ଲପାଳ ଦିବ୍ୟଜ୍ୟୋତି ପରିଡା ଙ୍କୁ ଭେଟି ଚାଷୀମାନେସେହି ପୁରୁଷୋତ୍ତମପୁର ଅଞ୍ଚଳର ଡ୍ରେନେଜ ଓ ଜଳ ସେଚନ ଉପରେ ଏକ ଦାବିପତ୍ର ଦେଇଥିଲେ ଜ୍ଝ ଚାଷୀ ମାନଙ୍କର ଜମିକୁ ଜଳସେଚନ ସମସ୍ୟାର ସମାଧାନ ଓ ଅସାଧୁ ବ୍ୟକ୍ତିଙ୍କ ଅକ୍ତିଆରରେ ଥିବା ନାଳ ଓ ସରକାରୀ ଜମିକୁ ଉଦ୍ଧାର କରିବା ନେଇ ଶ୍ରୀ ଶ୍ରୀ ସ୍ଵପ୍ଲେଶ୍ଵର କୃଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ସବ୍- ମାଇନର ଗେଟ୍ ନଂ-୨୨ ଠାରୁ ବାହାରିଥିବା ନାଳ (ଧାଡ଼ିଆମ୍ବନାଳ) ସମ୍ପୂର୍ଣ ପୋତି ହୋଇଯାଇଛି, ସବ୍-ମାଇନର୍ ଗେଟ୍ ନମ୍ବର-୨ ୧- ବିଏସଏନଏଲ ଅଫିସ ଠାରୁ ଅଙ୍କୁଳା ବନ୍ଧ ଦେଇ କାଠୁଆ ନାଳ ପର୍ୟ୍ୟନ୍ତ ଯାଇଥିବା ନାଳ ଉଦ୍ଧାର ଅସମ୍ପୂର୍ଣ୍ଣ ହୋଇ ରହିଛି କାରଣ କେତେକ ଅସାଧୁ ବ୍ୟକ୍ତି ଉକ୍ତ ନାଳକୁ ଅଧିକାରରେ ରଖିଛନ୍ତି । ପୁରୁଷୋତ୍ତମପୁର ଏନଏସି ନାଳର ମଇଳା ପାଣି ବିଏସଏନଏଲ ଅଫିସ ଠାରୁ ଯାଇ ବିଲରେ ପଶି ସବୁବେଳେ ଫସଲ ନଷ୍ଟ ହେଉଛି ଓ ଏନଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର କୌଣସି ସମାଧାନ କରାଯାଉ ନାହିଁ । ଏନଏସି ଉକ୍ତ ମଇଳା ପାଣିକୁ କାଠୁଆ ନାଳରେ
ପକାଇବା ର ଯଦି ବ୍ୟବସ୍ଥା କରିଥାନ୍ତେ ତେବେ ଭଲ ହୋଇଥାନ୍ତା ଜ୍ଝ ସ୍ଵପ୍ଲେଶ୍ଵର ମନ୍ଦିର ଛକ ଠାରୁ ବଡ଼ ଶଙ୍ଖ ପର୍ୟ୍ୟନ୍ତ ଦୀର୍ଘ ତିନିବର୍ଷ ହେଲା କଂକ୍ରିଟ୍ ଡ୍ରେନ୍ କାମ ଚାଲିଛି କିନ୍ତୁ ଆଜି ପର୍ୟ୍ୟନ୍ତ ତାହା ସମାପ୍ତ ହୋଇପାରି ନାହିଁ, ପୋତି ହୋଇ ରହିଥିବା ଅନ୍ୟ କେତୋଟି ନାଳ କିଛି ପ୍ଲଟ୍ ବେପାରୀ ଓ ସ୍ୱାର୍ଥପର ଲୋକ ନିଜ ଅକ୍ତିଆରରେ ରଖୁଛନ୍ତି, ଯାହାପଳରେ ପାଣି ନିଷ୍କାସନ ନହୋଇଫସଲ ନଷ୍ଟହେଉଛି । ବଡ଼ ଶଙ୍ଖ ଉପରକୁ ଥିବା ଲୁଙ୍ଗି ଘାଇ (ଜଳାଧାର) ସମ୍ପୂର୍ଣ୍ଣ ପୋତି ହୋଇଯାଇଛି । ଉକ୍ତ ନାଳକୁ ପୁନରୁଦ୍ଧାର କରାଯାଉ, କିନ୍ତୁ ସ୍ଥାନୀୟ ତହସିଲଦାର ସେ ଦିଗରେ କୌଣସି ପ୍ରକାର ଦୃଷ୍ଟି ଦେଉନାହାନ୍ତି ।

କାଠୁଆ ନାଳରେ ଦୁଇଟି ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି । ଉକ୍ତ ଗେଟ୍ ଗୁଡିକର ରକ୍ଷଣା ବେକ୍ଷଣ ଅଭାବରୁ ଗେଟ୍ ଗୁଡିକ ଭାଙ୍ଗି ଗଲାଣି। ଉକ୍ତ ବିଷୟରେ ଡ୍ରେନେଜ୍ ବିଭାଗକୁ ବାରମ୍ବାର ଅବଗତକରାଗଲେ ମଧ୍ୟ କୌଣସି ଗୁରୁତ୍ଵ ଦିଆ ଯାଉନାହିଁ ।ଡ୍ରେନେଜ୍ ବିଭାଗକୁ କାଠୁଆ ନାଳ ପାର ହେବା ପାଇଁ ପୋଲ ନିର୍ମାଣ କରିବାକୁ ବାରମ୍ବାର ଅନୁରୋଧ କରାଯାଇଛି । କିନ୍ତୁ ଯେଉଁଠାରେ ଆବଶ୍ୟକ ସେଠାରେ ନକରି ବ୍ରିଜ୍ ପାଖରେ ପୁଣି ଏକ ବ୍ରିଜ୍ ନିର୍ମାଣ କରୁଛନ୍ତି, ଉଦାହରଣ ସ୍ୱରୂପ ଶିକୁଳା ଗ୍ରାମକୁ ରାସ୍ତା ନିକଟ ଚତୁରା ନାଳ
ପାଖରେ ୧୦ ମିଟର ବ୍ୟବଧାନରେ ଦୁଇଟି ବ୍ରିଜ୍ ତିଆରି ହୋଇଛି । ଏ ସବୁ ବିଷୟ ସ୍ଥାନୀୟ ପ୍ରଶାସନଙ୍କୁ ବାରମ୍ବାର ଅବଗତକରାଇଲେ ସୁଧା ସେମାନେ ପରସ୍ପର ଉପରେ ଦୋଷ ଲଦି ନିଶ୍ଚିନ୍ତ ରହୁଛନ୍ତି । ଯାହାଦ୍ୱାରା କି ଚାଷୀମାନେ ବହୁତ ଅସୁବିଧା ଓ କ୍ଷତିରସମ୍ମୁଖୀନହେଉଛନ୍ତି। ବିଭିନ୍ନ ବିଭାଗର ସମନ୍ବୟ ଅଭାବରୁ ଉକ୍ତ କାର୍ୟ୍ୟ ଗୁଡ଼ିକ ହୋଇପାରୁ ନାହିଁ । ଏଣୁ ଉପରୋକ୍ତ ଅସୁବିଧା ଗୁଡ଼ିକର ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସେମାନେ ଉକ୍ତ ସ୍ମାରକ ପତ୍ର ରେ ଉଲ୍ଲେଖ କରିଛନ୍ତି ।
ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଶ୍ରୀ ଶ୍ରୀ ସ୍ଵପ୍ଲେଶ୍ଵର କୃଷକ ସଂଘର ସଭାପତିଏ ମକୁନ୍ଦ ରାଓ, ସମ୍ପାଦକ କିଶୋର କୁମାର ଶାସମାଲ, ଉପଦେଷ୍ଟା ଲକ୍ଷ୍ମୀ ଚରଣ ପାଣିଗ୍ରାହୀ ଓ କୋଷାଧ୍ୟକ୍ଷ ରଣେଶ ଚନ୍ଦ୍ର ଗୌଡ଼ ଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ । ଏହା ସହିତ ସଂଘ ପକ୍ଷରୁ କବିସୂର୍ୟ୍ୟନଗର ବିଧାୟକ ପ୍ରତାପ ନାୟକଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ମିଶି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ଏହି ଅବସରରେ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ତଥା ଚାଷୀ ନେତା ସିମାଞ୍ଚଳ ନାହାକ ଓ ଯୁବ ନେତା ସୀତାରାମ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।



