ବ୍ରେନ୍ ଟ୍ୟୁମର୍ ଆକ୍ରାନ୍ତ ଛାତ୍ରୀଙ୍କୁ ସରକାରୀ ସହାୟତା ପ୍ରଦାନ ଦାବୀ

7

ବେଲଗୁଣ୍ଠା, ୦୪/୧୦, ବେଲଗୁଣ୍ଠା ଏନ୍ଏସି ଅନ୍ତର୍ଗତ କୋଳିସାହି ବାସିନ୍ଦା ଭି ବାପି ପାତ୍ରଙ୍କ ଝିଅ ପ୍ରିୟଙ୍କା ପାତ୍ର (୧୫) ଦଶମ ଶ୍ରେଣୀରେ ପାଠ ପଢନ୍ତି ଓ କିଛି ଦିନ ତଳେ ପ୍ରିୟଙ୍କାଙ୍କ ମସ୍ତିଷ୍କ ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଓ ବିଭିନ୍ନ ପରୀକ୍ଷାନିରୀକ୍ଷା ପରେ ପ୍ରିୟଙ୍କା ବ୍ରେନ୍ ଟ୍ୟୁମର୍ ରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ଓ ପ୍ରିୟଙ୍କାଙ୍କ ପରିବାର ଗରିବ ମଧ୍ୟବିତ୍ତ ଶ୍ରେଣୀର ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ପ୍ରିୟଙ୍କାଙ୍କୁ ଉଚ୍ଚ ମାନର ଚିକିତ୍ସା ସୁବିଧା ଯୋଗାଇଦିଆଯାଇପାରି ନାହିଁ ଓ ବର୍ତ୍ତମାନ ପ୍ରିୟଙ୍କାଙ୍କ ମସ୍ତିଷ୍କ ଯନ୍ତ୍ରଣା ଦିନକୁଦିନ ବୃଦ୍ଧି ପାଉଥିବା ବେଳେ ଅର୍ଥ ଅଭାବ ହେତୁ ପ୍ରିୟଙ୍କାଙ୍କ ବାପା ମାଆ ଉପାୟ ଶୂନ୍ୟ ହୋଇ ମୁଣ୍ଡରେ ହାତଦେଇ ବସିଛନ୍ତି ଓ ଘଟଣା ସମ୍ପର୍କରେ ଖବର ପାଇବା ପରେ ବେଲଗୁଣ୍ଠା ବ୍ଳକ୍ ଚଢିଆପଲ୍ଲୀ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ ସନ୍ତୋଷ ଦଳବେହେରାଙ୍କ ନେତୃତ୍ୱରେ ଟ୍ରଷ୍ଟ୍ ସଦସ୍ୟ ମାନେ ପ୍ରିୟଙ୍କାଙ୍କ ନିକଟରେ ପହଞ୍ଚି ପାଞ୍ଚ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଓ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସମ୍ପାଦକ ସୁଶାନ୍ତ କୁମାର ବେହେରା ମଧ୍ୟ ପ୍ରିୟଙ୍କାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝିବା ସହିତ କିଛି ସହାୟତା ରାଶି ପ୍ରଦାନ କରିଛନ୍ତି ଓ,ଘୁମୁସର ସେବା ସଂଘ ସଦସ୍ୟ ବିକ୍ରମ ଶତପଥି ଉପସ୍ଥିତ ଥିଲେ ଓ ତେବେ ସଂଗଠନର ଏହି ସହାୟତା ପ୍ରିୟଙ୍କାଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ନଥିବା ବେଳେ ପ୍ରିୟଙ୍କାଙ୍କୁ ଉଚ୍ଚ ମାନର ଚିକିତ୍ସା ପାଇଁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ଓ