
ପୁରୁଷୋତ୍ତମପୁର, 4/10 : ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ଶକ୍ତି ପୀଠ ମା ତାରା ତାରିଣୀ ଙ୍କ ପୀଠରେ ଚାଲୁଥିବା ଏକ ଘରୋଇ ମାଳିକାନା ସଂସ୍ଥା ଗଞ୍ଜାମ ଅର୍ବାନ ଟ୍ରାନ୍ସପୋର୍ଟ ର୍ସଭିସସେ ଲିମିଟଡେ଼ ( ଜି ଏ ଟି ଏସ ଏଲ ) ସଂସ୍ଥା ଦୀର୍ଘ ର୍ବଷ ହଲୋ ମନ୍ଦିର ତଳୁ ପାହାଡ଼ ଉପରକୁ ଯାତ୍ରୀ ମାନଙ୍କୁ ଧରି ଯିବା ଆସିବା କରୁଥିଲେ ମଧ୍ୟ ମନ୍ଦିର ଫଣ୍ଡ କୁ ଟଙ୍କାଟିଏ ମଧ୍ୟ ଦେଈ ନାହାନ୍ତି | ଯାହାକି ବଡ ଦୁଃଖ ଓ ପରିତାପର ବିଷୟ ଅଟେ | ତବେେ କଣପାଇଁ ମନ୍ଦିର ଫଣ୍ଡକୁ ଦିଆ ଯାଉନାହିଁ, ସହେି ସଂସ୍ତାର କିଛି ମନ୍ଦ ଉଦଶେ୍ୟ ରହିଛି କି ???? | ତାହାର କାରଣ ଉପରେ ମଧ୍ୟ ମନ୍ଦିର ପରିଚାଳନା ର୍କତ୍ତୃପକ୍ଷ, ଜିଲ୍ଲପାଳ, ଛତ୍ର ପୁର ଉପଜିଲ୍ଲାପାଳ, ମନ୍ଦିର ସଦସ୍ୟ ପ୍ରମୋଦ କୁମାର ପଣ୍ଡା, ଓ ଅନ୍ୟମାନେ ଦୀର୍ଘଦିନ ହଲୋ ଏହାଉପରେ ଜାଣିଛନ୍ତି ନା ଜାଣିନାହାନ୍ତି ତାହାହିଁ ସମସ୍ତଙ୍କୁ ଆଶ୍ଚଯ୍ୟ ଲାଗୁଛି | ମନ୍ଦିର ପାଇଁ ଯାତ୍ରୀ ଙ୍କଠାରୁ ଅର୍ଥ ନେଇ ବସ ସବୋ ଦେଉଥିବା ସଂସ୍ଥା ଯଦି ମନ୍ଦିର କୁ କିଛି ଅର୍ଥ ଦବେ ନାହିଁ ତବେେ ଏହି ସଂସ୍ଥା କୁ କାହିଁକି ଏତେ ଅନୁକମ୍ପା ଦିଅ ଯାଉଛି ଏବଂ କଣ ପାଇଁ, କାହା ଚାପରେ ଦିଆ ଯାଉଛି ବୋଲି ଜନ ସାଧାରଣ ଙ୍କ ମନରେ ଅନକେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି | ଏହି ସଂସ୍ଥା ମନ୍ଦିର କୁ ଟଙ୍କା ଦବେ ଦବେ କହି ସମସ୍ତଙ୍କୁ ଠକି ଆସୁଛି | ତବେେ ଏହାଉପରେ ମନ୍ଦିର ପରିଚାଳନା ସଭାପତି ଥିବା ଜିଲ୍ଲପାଳ ମହୋଦୟ ମଧ୍ୟ କାହିଁକି ସଂସ୍ଥା କୁ ତାଗିଦ କରୁ ବାହାନ୍ତି କିମ୍ବା ଏହା ଉପରେ ସହେି ସଂସ୍ତାର ଅଧିକାରୀ ଙ୍କୁ ମନ୍ଦିର ଉର୍ନ୍ନତି ପାଇଁ ଅର୍ଥ ଦବୋକୁ କାହିଁକି କହୁ ନାହାନ୍ତି ବୋଲି ସବୁସ୍ଥାନରେ ଲୋକମାନେ ର୍ଚଚ୍ଚା କରୁଛନ୍ତି |

ମାନ୍ୟବର ଗଞ୍ଜାମ ଜିଲ୍ଲାର ପାରିବହନ ମନ୍ତ୍ରୀ ହୋଈଥିବା ଶ୍ରୀଯୁକ୍ତ ବିଭୁତି ଭୂଷଣ ଜନୋ ମହୋଦୟ ଏହି ଘଟଣାରେ ଗୁରୁତ୍ୱ ଦେଈ ଏହି ବସ ସବୋ ସଂସ୍ଥାକୁ ବନ୍ଦ କରି ର୍ବତମାନ ରାଜ୍ୟ ସରକାର ଙ୍କଚାଲୁଥିବା ମୁଖ୍ୟମନ୍ତ୍ରୀ ବସ ସବୋ ରୁ ଯଦି କିଛି ବସ ଆଣି ମନ୍ଦିର ତଳୁ ପାହାଡ଼ ଉପର କୁ ଯିବା ସବୋରେ ନିୟୋଜିତ କରିପାରିଥାନ୍ତେ ତବେେ କ୍ଷତି ରେ ଚାଲୁଥିବା ବସ ଉପକୃତ ହୋଈ ପାରିବା ସହ ସହେି ବସ ର ର୍କମଚାରୀ ମାନେ ଉପକୃତ ହବୋ ସହ ମନ୍ଦିର ଫଣ୍ଡ କୁ ମଧ୍ୟ କିଛି ଅର୍ଥ ଆସିପାରିବ | ତଣେୁ ମାନ୍ୟବର ପରିବହନ ମନ୍ତ୍ରୀ ଏହା ଉପରେ ଟିକେ ଦୃଷ୍ଟି ଦେଈ ଏହି ପୀଠର ବସ ସବୋକୁ ସଫଳ କରିପାରିଲେ ମନ୍ତ୍ରୀ ମହୋଦୟ ମାଙ୍କ ଆଶିଷ ଲାଭ କରିପାରିବା ସହିତ ମାଆ ତାରାତାରିଣୀ ଙ୍କ ବହୁବିଧ ଉର୍ନ୍ନତି ହୋଈ ପାରିବ |



