
ବଲେଗୁଣ୍ଠା, 03/10 : ବଲେଗୁଣ୍ଠା ବାଙ୍କି ବଜାର ନୃସିଂହ ଗଟେ୍ ଠାରୁ ପଭେର ପକାଇବା ପାଇଁ ଗତ ଦୁଇମାସ ତଳେ 19 ଲକ୍ଷ 95 ହଜାର ଟଙ୍କା ଟଣେ୍ର୍ଡ ହୋଇଥିଲା I ଦୁଇମାସ ପୂର୍ବେ ଠିକା ସଂସ୍ଥା ପକ୍ଷରୁ କାମ ଆରମ୍ଭ କରିଥିଲେ ଆଲୋକ ସାହାଣି I ଏହି ରାସ୍ତାଟି 170 ମିଟର ପାଇଁ ଟଣେ୍ର୍ଡ ହୋଇଥିବା ବଳେେ ର୍ବତ୍ତମାନ ସୁଦ୍ଧା ଏହା ନୃସିଂହ ଗଟେ୍ ଠାରୁ ମାତ୍ର ପ୍ରାୟ 30 ମିଟର କାମ ହବୋପରେ ରାସ୍ତା ପାର୍ଶ୍ୱରେ ପଭେର ଗଦା ହବୋ ସହ ଦୁଇ ମାସ ହବେ ରାସ୍ତାକାମ ବନ୍ଦ ଅଛି I କାମ ବନ୍ଦ ହବୋର କାରଣ ସମ୍ର୍ପକରେ କହେି କହି ପାରୁନଥିବା ବଳେେ ର୍ବତ୍ତମାନ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଯେଉଁଠି ପଭେର କାମ ସରିଛି ସହେି ସ୍ଥାନରେ ଖାଲ ଖମାର ପରିମାଣ ଏତେ ବଶେୀ ଯେ ସେ ରାସ୍ତାରେ ଲୋକେ ଯିବା ପାଇଁ ଭୟ କରୁଛନ୍ତି I କିନ୍ତୁ ରାସ୍ତାଟି ସହରର ଏକ ପ୍ରମୁଖ ରାସ୍ତା ହୋଇଥିବାରୁ ବାଧ୍ୟ ହୋଇ ହଜାର ହଜାର ଲୋକ ଏବଂ ଯାନବାହନ ସହେି ରାସ୍ତା ଦେଇ ବିପଦପୂର୍ଣ୍ଣ ଭାବେ ଯିବାଆସିବା କରୁଛନ୍ତି I ରାସ୍ତା ଠାରୁ ଅଳ୍ପ କିଛି ଦୂରରେ ମହିଳା ମହାବିଦ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକନେ୍ଦ୍ର, ପଟଲେ୍ ସ୍କୁଲ୍,ଡାକ ଘର,ଷ୍ଟଟେବ୍ୟାଙ୍କ, ନୃସିଂହ ମନ୍ଦିର, ଟାଉନ ହଲ୍ ଭଳି ପ୍ରତିଷ୍ଠାନ ରହିଥିବା ବକେେ ପଣେ୍ଠ ସାହି ଏବଂ ବାଙ୍କି ବଜାରକୁ ଯିବା ପାଇଁ ଏହା ମୁଖ୍ୟ ରାସ୍ତା I ମୁଖ୍ୟତଃ ରୋଗୀଙ୍କୁ ନେଇ ମଡେିକାଲକୁ ଆସୁଥିବା ଆମ୍ବୁଲାନ୍ସ ଓ ଅଟୋ ଏହି 100 ମିଟର ରାସ୍ତା ଅତିକ୍ରମ କରିବାକୁ ନାକଦୋମ ହବୋକୁ ପଡୁଛି । ର୍ବତ୍ତମାନ ଠିକା ସଂସ୍ଥା ଏହି କାମ ବନ୍ଦ ରଖିଛି I ଏହି ରାସ୍ତା ନୃସିଂହ ଗଟେ୍ ଠାରୁ ପଟଲେ୍ ରୋଡ଼୍ ର୍ପଯ୍ୟନ୍ତ ଯିବାପାଇଁ ନିର୍ଦ୍ଧାରଣ ହୋଇଥିଲା I ଲୋକଙ୍କ ଯାତାୟତ ସୁରକ୍ଷାକୁ ଆଖି ଆଗରେ ରଖି ପ୍ରଶାସନ ଏହି କାମକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି I



