
ପୁରୁଷୋତ୍ତମ,୩/୧୦(ଜିଲ୍ଲା ଖବର) : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରାଇପୁର ପଞ୍ଚାୟତ ର ପୁଣ୍ୟତୋୟା ଋଷିକୁଲ୍ୟା ନଦୀ ତଟ ଓ ରତ୍ନଗିରି ପାହାଡ଼ ଉପରେ ବିରାଜିତ ଗଞ୍ଜାମ ଜିଲ୍ଲା ର ଆରଧ୍ୟ ଦେବୀ ମା ତାରା ତାରିଣୀ ଙ୍କ ନବଦିନାତ୍ମକ ପୁଜା ଆରମ୍ଭ ହୋଉଛି | ଏହା କେବଳ ବହୁତ ଭକ୍ତ ଙ୍କ ମାନସିକ, ପୁଜା, ଚଣ୍ଡୀପାଠ, ସହିତ ମାଜଣା, ଅଖଣ୍ଡ ଦୀପ ପାଇଁ ଏହା ନବମ ଦିନ ପାଇଁ ପୁଜା ହେଉଛି | କିନ୍ତୁ ଏହି ପୀଠ ରେ ଆଶ୍ୱିନ କୃଷ୍ଣ ମୂଳା ଷ୍ଟମୀ ଠାରୁ ଏହି ପୁଜା ଆରମ୍ଭ ହୋଈ ଯାଇଛି | ତେବେ ଷୋଡଶ ଦିନ ବ୍ୟାପି ଏହି ପୂଜାରେ ପ୍ରାୟ 25 ଭାଗ ଭକ୍ତଙ୍କୁ ଛାଡିଦେଲେ ବାକି 75 ଭାଗ ଭକ୍ତ 15 ଦିନ ଅପର ପକ୍ଷ ହେଉଥିବାରୁ କେବଳଶୁକ୍ଳ ପକ୍ଷ ପ୍ରତିପାଦା ଠାରୁ ମହା ନବମୀ ପର୍ଯ୍ୟନ୍ତ ଭକ୍ତ ମାନେ ନିଘା,ନିଷ୍ଟା ରେ ଏହି ପୁଜା କୁ ପାଳନ କରି ମାଙ୍କ ଦର୍ଶନ କରିଥାନ୍ତି |
ଏହାକୁ ଦୃଷ୍ଟିରେ ରଖୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ ମହନ୍ତ, ପରିଚାଳନା ସଦସ୍ୟ ପ୍ରମୋଦ ପଣ୍ଡା, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେ ରେଡିଙ୍କ ସହିତ ଅନ୍ୟ ବିଭାଗୀୟ ଅଧିକାରୀଓଥାନା ଏସ୍ଡ଼ିପିଓ ରଜନୀ କାନ୍ତ ସାମଲ, ଆଇ ଆଇସି ବିପିନ ବିହାରୀ ହୋତା ଏବଂ ସେବାୟତ ମାନଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟ ସୁରୁଖୁରୁ ରେ ସମ୍ପର୍ଣ ପାଇଁ ଏକ ବୈଠକ କରାଯାଇ ଥିଲା ଏହା ପୂର୍ବରୁ ଦୀପଘରେ ତିନି, ତିନି ଥର ନିଆଁ ଲାଗି ଦୀପ ଘର ପୋଡି ଯାଇଥିବା ଯୋଗୁଁ ଏହିବର୍ଷ ଦୀପ ଘରେ ସତର୍କତା ଅବଲମ୍ବନ କରିବାକୁ ସେବାୟତମାନଙ୍କୁ କୁହାଯାଇଥିଲା । ପ୍ରତିପଦାଠାରୁ ମହାନବମୀ ପର୍ଯ୍ୟନ୍ତ ମା’ଙ୍କ ବିଭିନ୍ନ ବେଶ, ପୂଜା ଏବଂ ଭକ୍ତଙ୍କ ଭିଡ଼କୁ ପ୍ରଶମିତ କରିବା ଏବଂ ପୂଜା ସମୟରେ ଯେପରି କୌଣସି ଚୋରି , ଡକାୟତି ଭଳି ଘଟଣା ନ ଘଟେ ସେଥିପ୍ରତି ଗୁରୁତ୍ଵଦିଆଯାଇଛି। ପୁରୁଷୋତ୍ତମପୁର ଥାନା ପୁଲିସ ଷ୍ଟାଫ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ରୀତିନୀତି ଅନୁସାରେ ପୁରୋହିତମାନଙ୍କ ମନ୍ତ୍ର ଉଚ୍ଚାରଣରେ ମାଙ୍କ ଷୋଡଶ ଉପଚାର ପୁଜା, ଚଣ୍ଡୀପାଠ, ହୋମ ଓ ଅର୍ଣ୍ଣ ଭୋଗ କାର୍ଯ୍ୟ ସମ୍ପାଦିତ କରାଯାଉଛି | ଏହି ଉତ୍ସବରେ ବିଭିନ୍ନ ସ୍ଥାନରୁ ବହୁ ଭକ୍ତ ମାଙ୍କ ପୂଜାର୍ଚନା ସହିତ ଭୋଗ, ରାଗ କରି ଠାକୁରାଣୀ ଙ୍କୁ ପ୍ରତକ୍ଷ ଦର୍ଶନ କରି ପ୍ରଣିପାତ କରିଥାନ୍ତି |
ମନ୍ଦିର ସେବାୟତ ସଂଘ ସଭାପତି ତପନ କୁମାର ରଣା, ମୁଖ୍ୟ ସେବାୟତ ବାପୁଜୀ ରଣାଙ୍କ ସମେତ ସବୁ ସେବାୟତ ମନ୍ଦିରର ନୀତିକାନ୍ତି ପ୍ରକାରେ ପୂଜାର୍ଜନ କରୁଛନ୍ତି I ଗଞ୍ଜାମ ଜିଲ୍ଲା ତଥା ବାହାରୁ ଆସୁଥିବା ଭକ୍ତଙ୍କ ମନୋରଥ ପୂର୍ଣ ସହିତ ଜଗତର କଲ୍ୟାଣ ପାଇଁ ଏହି ପୂଜା ହୋଇଥାଏ ।



