
ଧରାକୋଟ,୩/୧୦ : ଧରାକୋଟ ବ୍ଲକର ବିଭିନ୍ନ କ୍ଲଷ୍ଟର ବିଦ୍ୟାଳୟ ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ରେ beo ଲିଙ୍ଗରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ଶିକ୍ଷକ ପ୍ରଶିକ୍ଷକ ବିଷ୍ଣୁ ଚରଣ ଜେନା, ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁଷଗୁମା ର ଅଧକ୍ଷ ରଜନୀକାନ୍ତ ସାହୁ, ସାମ୍ବାଦିକ ବିଷ୍ଣୁ କେଶରୀ ଆଚାର୍ଯ୍ୟ, ହୃଦାନନ୍ଦ ଜେନା ,ପୂର୍ଣ୍ଣ ଚନ୍ଦ୍ର ନାୟକ, ଶିଶିର କୁମାର ମହାନ୍ତି ଙ୍କ ସମେତ ସମସ୍ତ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ମାନେ ଉପସ୍ଥିତ ରହି ଥିବା ବେଳେ ଶିକ୍ଷକ ସୁରେଶ ପାତ୍ର କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ପରିଚାଳନା କମିଟି ସଭାପତି କୈବଲ୍ୟ ଦାସ ଅତିଥି ଭାବେ ଯୋଗ ଦେଇଥିଲେ । crcc ଭାସ୍କର ବାଡ଼ ତ୍ୟା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଏଥିରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା ।
ସେହି ପରି ମଛାକୋଟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସି ଆର ସି ସି ନବୀନ ସେଠୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ବି ଇ ଓ ଲିଙ୍ଗରାଜ ସ୍ୱାଇଁ, ମାଣିକପୁର ସି ଆର ସି ସି ଶିବାନନ୍ଦ ବେହେରା, ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ମଲ୍ଲିକ, ବି ସି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବାବୁଲା ପ୍ରଧାନ, ଏସ ଏମ ସି ସଭାପତି ଶଙ୍କର ସାହୁ, ଯୋଗ ଦେଇଥିବା ବେଳେ ଶିକ୍ଷକ ଉଦ୍ଧବ କର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ କାଳୁ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ବଳରାମ ପୁର ସେବାଶ୍ରମ ବିଦ୍ୟାଳୟରେ ମଧ୍ୟ ସୁରଭି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଅଜୟ କୁମାର ଦାସ ,ଗୋଷ୍ଟି ଶିକ୍ଷା ଅଧିକାରୀ ,crcc ଗୌରୀଶଙ୍କର ଶତପଥୀ ,ସାମାଜିକ ସୁରକ୍ଷା ଅଧିକାରୀ ଅନିଲ ପ୍ରଧାନ ,smc ସଭାପତି ଶରତ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଛାତ୍ର ଛାତ୍ରୀ ମାନଙ୍କ ଗୁଣାତ୍ମକ ବିକାଶ ଓ ଲୁକ୍କାୟିତ ପ୍ରତିଭା ର ଉନ୍ମୋଚନ କରିବା ପାଇଁ ସୁରଭି କାର୍ଯ୍ୟକ୍ରମ ଉଦ୍ଧିଷ୍ଟ ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ ।



