
ଧରାକୋଟ,୩./୧୦ : ଧରାକୋଟ ଗୋଷ୍ଟି ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ନିପୂଣ ଓଡ଼ିଶା ମିଶନ – 2024 ର ଶୁଭ ଉନ୍ମୋଚନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବରଡ଼ା ବାଲି ରେ ଅନୁଷ୍ଠିତ ହୋଇ ଯାଇଛି । ଧରାକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ଡେନିଶ ବେହେରା DIET ଗଞ୍ଜାମ ଖଲିକୋଟ ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା ,ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ତଥା ଗୋଷ୍ଟି ସଂଯୋଜକ ପ୍ରଦୀପ କୁମାର ଶତପଥୀ abeo ସୀମା ଞ୍ଚଳ ବେହେରା,ବିଭୂତି ଭୂଷଣ ପାତ୍ର,ସାମ୍ବାଦିକ ହୃଦାନନ୍ଦ ଜେନା,ସାମ୍ବାଦିକ ବିଷ୍ଣୁ କେଶରୀ ଆଚାର୍ଯ୍ୟ ଙ୍କ ଉପସ୍ଥିତିରେ ବିଭିନ୍ନ ଆଞ୍ଚଳିକ ସାଧନ କେନ୍ଦ୍ରରୁ ଶିକ୍ଷକ ଶିକ୍ଷୟତ୍ରୀ ଏହି କର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଏଥିରେ ପ୍ରଥମରୁ ତୃତୀୟ ଶ୍ରେଣୀ ରେ ପଢୁ ଥିବା ପିଲାମାନଙ୍କ ଭାଷା ଜ୍ଞାନ ଓ ସଂଖ୍ୟା ଜ୍ଞାନ କୁ ପରୀମାର୍ଜିତ କରିବା ସହ ପାଠ ପଢା ରେ ନିପୂଣ କରିବା ପାଇଁ ଅତିଥି ମାନେ ମତ ରଖି ଥିଲେ ।



