
ପୁରୁଷୋତ୍ତମପୁର,୨/୧୦(ଜିଲ୍ଲା ଖବର) : ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ କଂଗ୍ରେସ ସଭାପତି ମନୋରଞ୍ଜନ ଦାଶଙ୍କ ନେତୃତ୍ୱରେ ଆଜି ଦେଶର ଜନକ ମହାତ୍ମା ଗାନ୍ଧି ଙ୍କ ଜନ୍ମ ଜୟନ୍ତୀ ରେ ବଜାରରେ ଥିବା ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବରୁ ନଗର ପରିଭ୍ରମାଣ କରି ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ପ୍ରଦାନ କରି ଦୁଈ ମିନଟ ନିରବ ପାର୍ଥନା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଖଲ୍ଲିକୋଟ କଂଗ୍ରେସର ବିଧାୟଜ ପାର୍ଥୀ ଚିତ୍ରସେନ ବେହେରା, କୃଷ୍ଣ ଚନ୍ଦ୍ର ମହାରଣା, ମାଧବା ନନ୍ଦ ଦାଶ, ସୁଶାନ୍ତ ଗୌଡ଼, ସୁନୀଲ କୁମାର ବେହେରା, ଜଗନ୍ନାଥ ବେହେରା, ମନୋଜ କୁମାର ରାଉଳ, ଜିତେନ୍ଦ୍ର ପ୍ରଧାନ, ରାମକୃଷ୍ଣ ପାଢ଼ୀ,ପ୍ରମୁଖ ଉପସ୍ଥିତ ରହିଥିଲେ |



