ନିଖିଳ ଉତ୍କଳ ତେଲୁଗୁ ଦୋରା ସମାଜର ମହାସଭା ପାଇଁ ପ୍ରସ୍ତୁତି ବୈଠକ

18

ଆସିକା (୨୯/୦୯ : ଗଞ୍ଜାମ ଜିଲ୍ଲା ନିଖିଳ ଉତ୍କଳ ତେଲୁଗୁ ଦୋରା ସମାଜର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ କୂଳ ସମାଜ କୋଠ ଘର ଠାରେ ଅନୁଷ୍ଠିତ ହୋଇଥିଲା l ଗଞ୍ଜାମ ଜିଲ୍ଲା ର କେନ୍ଦ୍ରୀୟ ସଭାପତି ମଦନ ଗୋପାଳ ଦୋରାଙ୍କ ସଭାପତିତ୍ବ ରେ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଜି. ଗୋପାଳ ରାଓ ଦୋରା, ମହିଳା ସଭାନେତ୍ରୀ ମହାଶ୍ୱେରୀ ଦୋରା, ଉପ ସଭାପତି ରଘୁନାଥ ଦୋରା ଏବଂ ଶ୍ୟାମ ସୁନ୍ଦର ଦୋରା, ଯୁଗ୍ମ ସମ୍ପାଦକ ରାଜା ବାବୁ ଦୋରା, କେନ୍ଦ୍ରୀୟ ଯୁବ ସଭାପତି ବି. ମନୋଜ କୁମାର ଦୋରା, ଆସିକା ବ୍ଲକ ଉପାଧ୍ୟକ୍ଷା ରେଶମା ଦୋରା, ପ୍ରମୁଖ ଉପସ୍ଥିତ ରହିଥିଲେ l ନିଖିଳ ଉତ୍କଳ ତେଲୁଗୁ ଦୋରା ସମାଜକୁ କିଭଳି ଅଧିକ ଶକ୍ତି ଶାଳୀ କରାଯିବ, ସମାଜ ରୁ ଅନ୍ଧ ବିଶ୍ୱାସ ଏବଂ କୁ ସଂସ୍କାର ଦୁରେଇ ରଖିବା, ବାଲ୍ୟ ବିବାହ ନ କରିବା, ମହିଳା ମାନଙ୍କୁ ସମସ୍ତ କାର୍ଯ୍ୟରେ ଅଗ୍ରାଧିକାର ପ୍ରଦାନ ଏବଂ କୂଳ ସମାଜ ର ନୀତି ଆଦର୍ଶ କୁ ଅନୁପ୍ରାଣିତ ହେବାକୁ ଯୁବ ଏବଂ ମହିଳା ମାନଙ୍କୁ ପରାମର୍ଶ, ପ୍ରଦାନ ଏବଂ କୂଳ ର ଅନ୍ୟାନ ବିଷୟରେ ବୃହତ ଆଲୋଚନା ନିମନ୍ତେ ଏକ ମହାସଭା ଆଗାମୀ ଦିନରେ କିଭଳି କରାଯିବ ସେଥି ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ସଭା ରେ ଆସିକା ସର୍କଲ ସଭାପତି ମୋହନ ରାଓ ଦୋରା, ବରଗାଁ ସର୍କଲ ସଭାପତି ରାମା ରାଓ ଦୋରା, ଗୋଲିଆ ସର୍କଲ ସଭାପତି ଶଙ୍କର ରାଓ ଦୋରା, ଅଢେଇ ଗାଁ ସର୍କଲ ସଭାପତି ଭେଙ୍କଟ ରାଓ ଦୋରା,ବ୍ରହ୍ମପୁର ସର୍କଲ ସଭାପତି ନନ୍ଦ କୁମାର ଦୋରା ଏବଂ ସମ୍ପାଦକ ଦେବେନ୍ଦ୍ର ଦୋରା, ଖଲ୍ଲିକୋଟ ପୂର୍ବତନ ବ୍ଲକ ଅଧକ୍ଷ ରାଧା ଶ୍ୟାମ ଦୋରା, କେନ୍ଦ୍ରୀୟ କୋଷଧକ୍ଷ କ୍ରିଷ୍ଟl ରାଓ ଦୋରା,ଅଢେଇ ଗାଁ ଭେଙ୍କଟ ରମଣ ଦୋରା, ଆସିକା ର ଵାଲରାଜ ଦୋରା, ସମେତ ୨୫ ଗୋଟି ସର୍କଲ ସଭାପତି, ସମ୍ପାଦକ, ସମେତ ବହୁ କେନ୍ଦ୍ରୀୟ କମିଟି ମତ ଅନୁସାରେ ବ୍ରହ୍ମପୁର ଠାରେ ରାଜ୍ୟ ସ୍ତରୀୟ ମହାସଭା ଅନୁଷ୍ଠିତ ହେବା ପାଇଁ ବୈଠକ ରେ ସ୍ଥିର ହେଲା l