
ଆସିକା ୨୯/୦୯ : ଆସିକା ବ୍ଲକ ର ନୂଆଗାଁ ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ମା କରଞ୍ଜେଇ କଳାକାର ମହାମଞ୍ଚ ର ୨ୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଏହି କଳାକାର ମହାମଞ୍ଚ ରେ ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ଦାସ ଙ୍କ ସଭାପତିତ୍ବ ରେ ଆସିକା ର ମାନ୍ୟବର ବିଧାୟକ ସରୋଜ କୁମାର ପାଢ଼ୀ ଯୋଗଦେଇ କଳାକାର ମାନଙ୍କୁ ଉତ୍ସlହିତ କରିଥିଲେ l ଆସିକା ବ୍ଲକ ର ୧୫ ପ୍ରକାର କଳା ର ବରିଷ୍ଠ, ମହିଳା, ଯୁବ ୫୦୦ ରୁ ଉର୍ଦ୍ଧ କଳାକାର ଯୋଗ ଦେଇଥିଲେ l ଆଗାମୀ ଯୁବ ପିଢ଼ି କଳା ପ୍ରତି ରୁଚି ରଖି ଏକ ସୁନାମ କଳାକାର ହେବାକୁ ପ୍ରୟାସ ଜାରି ରଖିଛି ଏହି ମହାସଙ୍ଘ l ଆସିକା ଅଂଚଳ ରେ ଏକ କଳାକାର ପ୍ରଶିକ୍ଷଣ କେନ୍ଦ୍ର କରିବାକୁ ପ୍ରସ୍ତାବ,ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ରୁ ବଂଚିତ ଥିବା କଳାକାର ମାନଙ୍କ ଭତ୍ତା ଶୀଘ୍ର କରିବା,କଳାକାର ଭତା ର ପାରିଶ୍ରମିକ ରାଶି ବୃଦ୍ଧି, କଳାକାର ମାନଙ୍କୁ ବୀମା ଭୁକ୍ତ କରିବା ନିମନ୍ତେ ମାନ୍ୟବର ବିଧାୟକ ଙ୍କୁ ନିବେଦନ କରିଥିଲେ l ଏହି ମହାମଞ୍ଚ ରେ ବିଜୟ ସ୍ୱାଇଁ, ସଙ୍ଗୀତ ପାଢ଼ୀ,କଳାକାର ସଙ୍ଘ ର
କାର୍ଯ୍ୟକାରୀ ସଭାପତି କାମେଶ୍ୱର ବିଷୋୟୀ, ସମ୍ପାଦକ ବୁଦ୍ଧିରାମ ନାହାକ, ଉପ ସଭାପତି ସିମାଞ୍ଚଳ ନାହାକ, ଯୁଗ୍ମ ସମ୍ପାଦକ ସୁଦର୍ଶନ ନାହାକ ଏବଂ ରବୀନ୍ଦ୍ର ବିଷୋୟୀ, କୋଷାଧକ୍ଷ ପର୍ଶୁରାମ ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ l ଏଥି ସହିତ ଆସିକା ବ୍ଲକ ର ନରସିଂହ ବିଷୋୟୀ, ଲଡ଼ୁ କିଶୋର ବିଷୋୟୀଙ୍କୁ ବରିଷ୍ଠ କଳାକାର ରୂପେ ମାନପତ୍ର,ଉପଢକନ ଓ ପୁଷ୍ପ ଗୁଚ୍ଛ ଦେଇ ସଂମ୍ମାନିତ କରିଥିଲେ l



