
ଧରାକୋଟ,26/9 : ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ରେ ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ତାଲିମ ଶିବିର ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏ ବି ଇ ଓ ତଥା ବି ଆର ସି ସି ପ୍ରଦୀପ କୁମାର ଶତପଥୀ ଏହାକୁ ଉଦ୍ଘାଟନ କରିଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ସିମାଞ୍ଚଳ ବେହେରା ,ବିଭୂତି ଭୂଷଣ ପାତ୍ର ଓ ପ୍ରଧାନ ଶିକ୍ଷକ ଗୀତାଞ୍ଜଳି ସାହୁ ଏଥିରେ ଉପସ୍ଥିତ ରହିଥିଲେ। ଏହି ଶିବିରରେ ଷଷ୍ଠ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏକ ଶହ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରାଯାଇଥିଲା । ଦୈନନ୍ଦିନ ଜୀବନରେ ନିଜକୁ ଜଣେ କିପରି ଭାବରେ ଶତ୍ରୁ କବଳରୁ ସୁରକ୍ଷା କରିପାରିବ ସେ ସମ୍ପର୍କରେ ଆବଶ୍ୟକୀୟ ସରଳ ତାଲିମ ଶିବିରରେ ପ୍ରଦାନ କରାଯାଇଥିଲା। ଯାହା ଫଳରେ ଭବିଷ୍ୟତରେ ସେମାନେ ନିଜକୁ ସୁରକ୍ଷିତ ରଖି ପାରିବେ । ଏଥିରେ ତାଲିମଦାତା ଭାବରେ ଜଗମୋହନ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶାନ୍ତିଲତା ବେହେରା ଓ ଢ଼ଉଗାଁ ପ୍ରାଥମିକ ବିଦ୍ୟାଳୟ ର ରିତାଞ୍ଜଳି ବେହେରା ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।




