Home ଆଞ୍ଚଳିକ କେନ୍ଦୁପଦର କଲେଜରେ ରକ୍ତଦାନ ଶିବିର

କେନ୍ଦୁପଦର କଲେଜରେ ରକ୍ତଦାନ ଶିବିର

26

ଆସିକା,୨୫/୯(ଜିଲ୍ଲା ଖବର) : ଆସ୍କା ବ୍ଲକ କେନ୍ଦୁପଦର ପଂଚାୟତରେ ଥିବା ନିମିନା ବୃନ୍ଦାବନଚନ୍ଦ୍ର ମହାବିଦ୍ୟାଳୟର ପରିସରରେ ର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜିତ ହୋଇଯାଇଛି ଓ କଲେଜ ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେଙ୍କ ନିର୍ଦ୍ଦେଶକ୍ରମେ ଯୁବ ରେଡ୍ କ୍ରୋସ,ଜାତୀୟ ସେବା ଯୋଜନା ଓ ସ୍କାଉଟଗାଇଡ଼ର ମିଳିତ ଆନୁକୂଲ୍ୟରେ ଏହି ଶିବିରଟି ଆୟୋଜିତ ହୋଇଥିଲା ଓ ଉକ୍ତ ଶିବିରରେ ଅନୁଷ୍ଠାନର ଅଧ୍ୟକ୍ଷ ମହୋଦୟଙ୍କ ସମେତ ଯୁବ ରେଡ୍ କ୍ରସର ସଂଯୋଜକ ଡ଼କ୍ଟର କୁନା ସୁନା, ସହ-ସଂଯୋଜିକା ଶୁଭଶ୍ରୀ ସାହୁ, ଜାତୀୟ ସେବା ଯୋଜନାର ସଂଯୋଜକ ସିଲୁ ସେଠି ଆଦି ପ୍ରମୁଖ ଉପସ୍ଥିତ ଥିଲେ ଓ ଆଜିର ଏହି ଶିବିରରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ମଧ୍ଯ ପାଳିତ ହୋଇଛି ଓ ଏହି ଶିବିରର ସଫଳତା ପାଇଁ ଆସ୍କା ଶାଖାର ଏଚ୍ ଡି ଏଫ୍ ସି ବ୍ୟାଙ୍କ ଓ ସ୍ବେଛାସେବୀ ଅନୁଷ୍ଠାନ ମଧ୍ୟ ସହଯୋଗ କରିଛନ୍ତି ଓ ଉପସ୍ଥିତ ଅତିଥ୍ ମାନେ କଲେଜର ଛାତ୍ରୀ, ଛାତ୍ର ମାନଙ୍କୁ ପାଠ ପଢା ସହିତ ସମାଜ ସେବା କରି ବାଳୁ ଅତିଥି ମାନେ ମତ ରଖିଲେ ।

ଏହା ବ୍ୟତୀତ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର କର୍ମକର୍ତ୍ତାଙ୍କ ସହଯୋଗ ଓ ସ୍ଵେଚ୍ଛାସେବୀମାନଙ୍କର ପରିଶ୍ରମ
ଏବଂ ଅନୁଷ୍ଠାନର କର୍ମକର୍ତା ଅଧ୍ୟାପକ ଅଧ୍ୟାପିକା ଅନ୍ୟ କର୍ମଚାରୀ ମାନେ ଯୋଗ ଦେଓଇ ଥିଲେ ।