ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସମ୍ମିଳନୀ

7

ଭଂଜନଗର, ୨୧/9 : ଭଂଜନଗର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଲାଲସିଂ କ୍ଲଷ୍ଟରର ସୋମନାଥ ସରକାରୀ ଅଭ୍ଯାସ ଉଚ୍ଚ ବିଦ୍ୟାଳୟ ଠାରେ ଭଞ୍ଜନଗର ର ସମସ୍ତ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାନଙ୍କ ୧୦ତମ ବ୍ଲକ୍ ସ୍ତରୀୟ ମାସିକ ସମ୍ମିଳନୀ ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଳୀଚରଣ ପରିଡ଼ାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଭଂଜନଗର ବ୍ଲକ୍ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସୂର୍ଯ୍ୟ ନାୟକ ମହୋଦୟ ସଭାପତି ଆସନ ଅଳଙ୍କୃତ କରିଥିଲେ। ଭଞ୍ଜନଗର ଦୀନବନ୍ଧୁ ବହେରୋ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସ୍ଵରାଜ କହଁର ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ସଭା କାର୍ଯ୍ୟକୁ ଆଗେଇ ନେଇଥିଲେ । ତତ୍ ସହିତ ଡିହ ପଢାଳ ଗ୍ରାମ ପଞ୍ଚାୟତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଦିଲ୍ଲୀପ କୁମାର ସ୍ଵାଇଁ, ଗାଲରେୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଆଦିତ୍ୟ କୁମାର ତ୍ରିପାଠୀ, ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ଯକ୍ଷା ଶ୍ରୀମତି ବୈଜୟନ୍ତୀ ମାଳା ପ୍ରିୟର୍ଦଶିନୀ ମଞ୍ଚାସିନ ଥିଲେ। ଭଂଜନଗର ବ୍ଲକର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉକ୍ତ ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ମଞ୍ଚାସିନ ସମସ୍ତ ଅତିଥିଙ୍କୁ ଫୁଲତୋଡ଼ା ଦେଇ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରି ସମ୍ଵର୍ଦ୍ଧିତ କରାଯାଇଥିଲା। ଏହାପରେ କୁନି ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ ନୃତ୍ଯ ପରିବଷେଣ କରାଯାଇଥିଲା। ସମ୍ବଳ ଶିକ୍ଷକ ଶ୍ରୀ ଆଦିତ୍ୟ କୁମାର ତ୍ରିପାଠୀ ଗତ ୯ମ ବୈଠକରେ ନିଆଯାଇଥିବା କାର୍ଯନୁଷ୍ଠାନ ରିପୋର୍ଟ ବିବରଣୀ ପଠନ କରିଥିଲେ ଏବଂ ଆଲୋଚ୍ୟ ବିଷୟକୁ ନେଇ ପୁଂଖାନୁପୁଂଖ ଭାବରେ ଅଭିବ୍ୟକ୍ତି ପ୍ରଦାନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ମଂଚାସିନ ସମସ୍ତ ଅତିଥି ଆଜିର ଆଲୋଚ୍ୟ ବିଷୟରେ ନିଜସ୍ବ ମତ ପ୍ରଦାନ କରିଥିଲେ ଏବଂ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ଯ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ବୈଠକରେ ୟୁ-ଡାଇଜ୍ ଅପଡଟେ୍ ର ସ୍ଥିତି, ଉତ୍ର୍କଷ କାର୍ଯ୍ୟକ୍ରମ, ମାସିକ ପାଠ୍ୟକ୍ରମ ଯୋଜନା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ଏବଂ ଆୟୋଜକ ବିଦ୍ୟାଳୟର ପରିର୍ଦଶନ ଇତ୍ୟାଦି ବିଷୟରେ ଆଲୋଚନା କରାଗଲା। 5ଟି ଅନ୍ର୍ତଗତ ଲାଇବ୍ରରେୀ, ଲାବରଟୋରି ର ବ୍ୟବହାର ଏବଂ ଛାତ୍ରଛାତ୍ରୀମାନଂକ ଦ୍ବାରା ସ୍ମାର୍ଟ ବୋର୍ଡ଼ର ବ୍ୟବହାର, କମ୍ପ୍ୟୁଟର ରେ ଇ-ଲାଇବ୍ରରେୀ ର ବ୍ୟବହାର ବିଷୟରେ ର୍ପଯ୍ୟବକେ୍ଷଣ କରାଗଲା। ମଧ୍ୟାହ୍ନ ଭୋଜନ ପରେ କୁଲାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୌରୀ ନନ୍ଦନ ହୋତା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ପରେ ସଭାପତି ବୈଠକ ର ପରିସମାପ୍ତି ଘୋଷଣା କରିଥିଲେ।