
ବ୍ରହ୍ମପୁର, (ରଂଜନ) ; ଦୁନିଆ ହାଲ୍ ଚାଲ୍ ମିଡିଆ ଗୃଫ ପରିସରରେ ଥିବା ଡିଜିଟାଲ ମିଡିଆ ଆସୋସିଏସନ୍ (ଡି.ଏମ୍.ଏ.ଓ)ରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସଂଘ ସଭାପତି ରମେଶ ଚନ୍ଦ୍ର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ଅପରାହ୍ନରେ ସଂଘ ତରଫରୁ ଆୟୋଜିତ ଦ୍ୱିତୀୟ ଅଧିବେଶସକୁ ଉଦ୍ଘାଟନ କରିଥିଲେ । ଗଣତନ୍ତ୍ର ରାଷ୍ଟ୍ରରେ ଗଣମାନଙ୍କ ଭୂମିକା ଏବଂ ଗଣ ଯୋଗାଯୋଗର କର୍ତ୍ତବ୍ୟ ଉପରେ ଅତିଥିମାନେ ଆଲୋକପାତ କରିଥିଲେ ।
ଡିଜିଟାଲ ମିଡିଆ ଗଣ ଯୋଗାଯୋଗର ଏକ ଶ୍ରେଷ୍ଠ ବଳିଷ୍ଠ ମାଧ୍ୟମ ହୋଇଥିବା ଯୋଗୁଁ ସମ୍ବାଦ ପରିବେଷଣରେ ସାମ୍ବାଦିକମାନେ ସତର୍କ ନରହିଲେ ଗଣତନ୍ତ୍ର ବିପନ୍ନ ହୋଇପଡିବା ନେଇ ଏକ ସୁଦୀର୍ଘ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘ ଉପଦେଷ୍ଟା ପ୍ରକାଶ ମିଶ୍ରଙ୍କ, ଉପସଭାପତି କ୍ଷୀରୋଦ ଚନ୍ଦ୍ର ବେହେରା, ସମେତ ଡଃ.ଏମ୍ ସରୀଫ୍, ଜୀବନାନନ୍ଦ କର, ଲିଙ୍ଗରାଜ ଦାସ, ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା, ସଞ୍ଜୟ ପଟ୍ଟନାୟକ ପ୍ରମୁଖ ସଭ୍ୟ ସଭ୍ୟାମାନେ ଆଲୋଚନାରେ ଭାଗ ନେଇଥିଲେ । ସନ୍ଧ୍ୟାରେ ସମ୍ମାନର ସହ ଜାତୀୟ ପତାକାକୁ ଅବତରଣ କରାଯାଇଥିଲା



