
ଧରାକୋଟ,୨୦-୯ : ଧରାକୋଟ ବି ଡି ଓ ଡେନିସ ବେହେରା ଙ୍କ ସହ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନିଲ କୁମାର ପ୍ରଧାନ ଅଚାନକ ଭାବେ ସରକାରୀ ଆଶ୍ରମ ବିଦ୍ୟାଳୟ ବଳରାମ ପୁର ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ବିଦ୍ୟାଳୟ ର ପରିଷ୍କାର ପରିଚ୍ଛନ୍ନତା ଉପରେ ବୁଲି ଦେଖିଥିଲେ. ଷ୍ଟୋର ରୁମ୍,ରୋଷେଇ ଘର, ପାଇଖାନା, ଶୌଚାଳୟ,ପ୍ରତ୍ୟେକ ଶ୍ରେଣୀ ର ଶିକ୍ଷାଦାନ ଅନୁଧ୍ୟାନ କରିବା ସାଙ୍ଗକୁ ଅନ୍ତେବାସୀ ଙ୍କ ସହ ବାର୍ତ୍ତାଳାପ କରି ସୁବିଧା ଅସୁବିଧା ବୁଝି ଥିଲେ ।. ମଧ୍ୟାହ୍ନ ଭୋଜନ କାର୍ୟ୍ୟକ୍ରମ ଦେଖିବା ସଙ୍ଗେ ବିଦ୍ୟାଳୟ ଓ ଛାତ୍ରାବାସ ସମ୍ପର୍କିତ ସମସ୍ତ ପଞ୍ଜିକା ଯାଂଚ କରିଥିଲେ. ।ପରିଶେଷରେ ପରିଦର୍ଶନ ସମୟର ନିଜ ମନ୍ତବ୍ୟ କୁ ପରିଦର୍ଶନ ପଞ୍ଜିକାରେ ପଞ୍ଜୀକୃତ କରି ବିଦ୍ୟାଳୟ ରୁ ପ୍ରସ୍ଥାନ କରିଥିଲେ । ପ୍ରଧାନ ଶିକ୍ଷକ ଅଜୟ କୁମାର ଦାସ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ।



