
ଭଞ୍ଜନଗର,୧୭/୦୯ : ଆଜି ଭଞ୍ଜନଗର ର ବିଭିନ୍ନ ସ୍ଥାନରେ ବିଶ୍ୱ ନିର୍ମାଣ କର୍ତ୍ତା ବିଶ୍ୱ କର୍ମା ଙ୍କ ପୂଜା ଧୁମ ଧାମ ରେ ପାଳନ ହୋଇଛି।ବିଭିନ୍ନ ଶିଳ୍ପ କାରଖାନା, ସରକାରୀ ବୈଷୟିକ ପ୍ରତିଷ୍ଠ।ନ ରେ ବିଶ୍ୱ କର୍ମା ଙ୍କ ପୂଜା ଆୟୋଜିତ ହୋଇଛି।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଅଞ୍ଚଳର ବିଶ୍ୱ କର୍ମା ଫର୍ନିଚର ଓ ୱେଲଡିଂ ୱର୍କ ସପ୍ ରେ ମଧ୍ୟ ବିଶ୍ୱ କର୍ମା ଙ୍କ ପୂଜା ଆୟୋଜିତ ହୋଇଥିଲା।ଏହି ଅନୁଷ୍ଠାନ ଦୀର୍ଘ ୨୪ ବର୍ଷ ଧରି ପୂଜା ଆୟୋଜିତ କରି ଆସୁଛି।ଭଞ୍ଜନଗର ତୁଳସୀ ପଲ୍ଲୀ ସ୍ଥିତ ବିଶ୍ୱ କର୍ମା ଇଂଞ୍ଜିନିଅର ୱର୍କ ସପ୍ ଠାରେ ଅନୁଷ୍ଠିତ ପୂଜାରେ ତୁଳସୀ ପଲ୍ଲୀ ଗ୍ରାମର ବହୁ ଗ୍ରାମବାସୀ ଯୋଗ ଦେଇଥିଲେ।ସକାଳୁ ବିଶ୍ୱ କର୍ମା ଙ୍କ ଆବାହନ ପରେ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ଅପରାହ୍ନ ରେ ପାଞ୍ଚ ଶହ ରୁ ଉର୍ଦ୍ଧ ବ୍ୟକ୍ତି ଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା ହୋଇଥିଲା।ଏହି ପୂଜା ଅବସରରେ ଅନୁଷ୍ଠାନ ରେ ମାଲିକ ସଞ୍ଜୟ କୁମାର ମଲ୍ଲିକ କହିଛନ୍ତି ଯେ ବିଶ୍ୱ ନିର୍ମାଣ କର୍ତ୍ତା ଙ୍କ ପୂଜା କରି ସେ ବହୁତ ଖୁସି ଅନୁଭବ କରନ୍ତି।ଆଜିର ଏହି ପୂଜା ରେ ନିରାକାର, ନାରାୟଣ, ପ୍ରଭାତ, ଜଳନ୍ଧର, ଜିତୁ,ସୁରେନ୍ଦ୍ର,କାଳୁ, ସାଗର, ବ୍ରାମହନନ୍ଦ, ଆନନ୍ଦ, ସୁମନ ପ୍ରଭୁତି ସହଯୋଗ କରିଥିଲେ।



