
ଧରାକୋଟ,୧୭/୦୯ : ଧରାକୋଟ ବ୍ଲକର ଜଗମୋହନ ପଞ୍ଚାୟତ ର ନାରାୟଣ ପୁର ଶାସନ ଗାଁ ନଦୀ ରାସ୍ତା ପାର୍ଶ୍ବ ମାଟି ତଳୁ ଅପରାହ୍ନ ପାଞ୍ଚଟା ସମୟରେ ଅଚାନକ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ନାରାୟଣ ପୁର ଶାସନ ଗାଁ ଠାରୁ ଋଷିକୂଲ୍ୟା ନଦୀ କୁ ଯାଇଥିବା ରାସ୍ତା ପାର୍ଶ୍ଵରେ ବସୁଧା ଯୋଜନାର ପାଣି ଟାଙ୍କି ରହିଛି । ଏହାର ଏହାର ପାର୍ଶ୍ଵ ଜମିରୁ ଝିପି ଝିପି ବର୍ଷା ପରେ ଅପରାହ୍ନ ପାଞ୍ଚଟା ସମୟରେ ହଠାତ ଧୂଆଁ ବାହାରୁଥିବା ନଦୀକୁ ଯାଉଥିବା ଲୋକେ ଦେଖିବା ପରେ ସେଠାରେ ଧୀରେ ଧୀରେ ଭିଡ ଜମୁଥିବା ଦେଖା ଦେଇଛି ଏପରିକି ସଂପୃକ୍ତ ଧୂଆଁ ବାହାରୁଥିବା ଆଖ ପାଖର ମାଟି ମଧ୍ୟ ଉତପ୍ତ ହୋଇ ଯାଇଛି । ଆଜି ସକାଳୁ ପାଗ ମେଘୁଆ ରହିଥିବା ବେଳେ ଅପରାହ୍ନ ରେ ସ୍ୱଳ୍ପ ଧରଣର ବର୍ଷା ହୋଇ ମାଟି ଭିଜି ଯାଇଥିଲା । ବର୍ଷା ବନ୍ଦ ପରେ ନଦୀକୁ ଗାଧୋଇବାକୁ ଯାଉଥିବା ଲୋକେ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ଏହି ଖବର ଧୀରେ ଧୀରେ ଆଖ ପାଖ ଗାଁ କୁ ବ୍ୟାପିବା ପରେ ଏହା ଦେଖିବା ପାଇଁ ବହୁଲୋକ ସେଠାରେ ରୁଣ୍ଡ ହୋଇଛନ୍ତି । ମାଟି ତଳେ କିଛି ରାସାୟନିକ ଓ ମୂଲ୍ୟବାନ ପଦାର୍ଥ ରହିଥିବାର ଅନୁମାନ କରାଯାଉଛି। ଏଣୁ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ମାଟିକୁ ପରୀକ୍ଷଣ କରି ସତ୍ୟା ସତ୍ୟ ଉନ୍ମୋଚନ ପାଇଁ ଲୋକେ ଦାବୀ କରିଛନ୍ତି।



