
ଧରାକୋଟ,୧୫/୦୯(ଜିଲ୍ଲା ଖବର) : ଧରାକୋଟ ମିନି ଷ୍ଟାଡିୟମରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ଏହାର ଉଦ୍ଘାଟନ କରି କ୍ରୀଡ଼ା ପତାକା ଉତ୍ତୋଳନ କରିଥିବା ବେଳେ ଉଦଯାପନୀ ଉତ୍ସବରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସରକାରୀ ଯୁକ୍ତ ତିନି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ସୁଜିତ କୁମାର ପଣ୍ଡା,ଡାକ୍ତର ସଚ୍ଚିଦାନନ୍ଦ ବିଶୋଇ,ଅଗ୍ନିଶମ ଅଧିକାରୀ ଚିତ୍ତରଞ୍ଜନ ସାହୁ, ଏ ବି ଇ ଓ ସିମାଞ୍ଚଳ ବେହେରା,ବିଭୂତି ଭୂଷଣ ପାତ୍ର,ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ,ଶିକ୍ଷକ ସଂଘ ସଭାପତି ଶୁକ୍ରୁ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଶିକ୍ଷକ ଗୌରୀ ଶଙ୍କର ଶତପଥୀ ବେଦପାଠ କରିଥିବା ବେଳେ ଶିକ୍ଷକ ସୁରେଶ ପାତ୍ର ସଂଯୋଜନା କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତା ରେ 38 ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,20 ଉଚ୍ଚ ବିଦ୍ୟାଳୟ ଓ 3 ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର 300 ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଖୋ ଖୋ,ଦୌଡ଼,କୁଦ, ସଟ ଫୁଟ,ଲମ୍ବା ଡିଆଁ, ଡିସକସ ଭଳି 13 ଗୋଟି ବିଭିନ୍ନ ଖେଳ ଖେଳି 180 ଜଣ ଛାତ୍ର ଛାତ୍ରୀ ବ୍ଲକ ସ୍ତରରୁ ଜିଲ୍ଲା ସ୍ତରରେ ଖେଳିବା ପାଇଁ ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା। ବ୍ଲକ କ୍ରୀଡା ସମ୍ପାଦକ ପାଣ୍ଡବ ସ୍ୱାଇଁ,କ୍ରୀଡା ଶିକ୍ଷକ ବିଶ୍ଵ ଜୀବନ ସାହୁ,ଅନିଲ ନାୟକ, ହର୍ଷ ବିଶୋଇ,ଭାଗିରଥି ବେହେରା, ଲକ୍ଷ୍ମୀଧର ବେହେରା ଓ ମଙ୍ଗୁଳୁ ଜେନା ଙ୍କ ସମେତ ସମସ୍ତ କ୍ରୀଡା ଶିକ୍ଷକ ସହଯୋଗ ପ୍ରଦାନ କରିଥିଲେ।




