
କୋଦଳା୧୫/୦୯(ଜିଲ୍ଲା ଖବର) : କୋଦଳା ଏନଏସି ରେ ଚାଲିଥିବା ଦୁର୍ନୀତି ପଛରେ କିଏ? କାହିଁକି ଯନ୍ତ୍ରୀ ଙ୍କୁ ଘଣ୍ଟ ଘୋଡାଇ ରଖିଛନ୍ତି ଅଧକ୍ଷ l ସରକାରୀ ଅଧକାରୀ ଙ୍କୁ ହାତର କରି ଚାଲିଛି କି ଲୁଟି ଖାଇବା ନିତି l ହଁଆଜ୍ଞା ଆମେ କହୁଚୁ ସବୁବେଳେ ଚର୍ଚ୍ଚା ରେ ରହି ଆସୁଥିବା ଗଞ୍ଜାମ ଜିଲ୍ଲା କୋଦଳା ଏନଏସି କଥା l ଏଇଠି ଦୃନୀତି ଚରମ ସୀମାରେ ପହଂଚି ଥିବାବେଳେ ତଦନ୍ତ କରିବାକୁ କେହି ନାହାନ୍ତି l କାହିଁକି ନାଁ ଯନ୍ତ୍ରୀ ଦୀପିକା ବେହେରା ଓ ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଙ୍କ ମଧ୍ୟରେ ରହିଛି ପ୍ରିୟା ପ୍ରୀତି ର ସମ୍ପର୍କ ? ଏମିତି ଆମେ କହିବାର ଅର୍ଥ ଗତ ଫେବୃଆରୀ ମାସରେ 11ଟି ଟେଣ୍ଡର ବାହାର କରିଥିଲେ ଯାହାର ମୂଲ୍ୟ 22ଲକ୍ଷ୍ୟ ଏବଂ ଅଗଷ୍ଟ ମାସରେ 44ଟି ଟେଣ୍ଡର ବାହାର କରିଛନ୍ତି l ଯାହାର ମୂଲ୍ୟ 88ଲକ୍ଷ୍ୟ ଟଙ୍କା କୌଣସି ପେପର ରେ ଆଡ଼ ନ ବାହାର କରି କିମ୍ବା କାଉଁସିଲର ବଡ଼ିରେ ପାସ ହୋଇନଥିବା ବେଳେ ବିନା ଟେଣ୍ଡର ରେ ହୋଇଛି ଏହି କାମ l ଏହି କମ ଗୁଡିକ ବର୍ତ୍ତମାନ କୁଆଡେ ଅଧକ୍ଷ ବାଣ୍ଟି ସାରିଥିବା ବେଳେ ସବୁ କାର୍ଯ୍ୟରେ ଅଧା ଅଧା ଭାଗ ରହିଥିବା ଶୁଣିବାକୁ ମିଳୁଛି l
ଏବେ ଆସିବା ଯନ୍ତ୍ରୀ ଦୀପିକା ବେହେରାଙ୍କ ପାଖକୁ ସିଏ ଗତ 9.1.2023ରିଖ ରେ କୋଦଳା ଏନଏସି ରେ ଜଇନ କରିଥିଲେ ଶୁଣିବାକୁ ମିଳୁଛି ସେବେ ଠାରୁ ଆରମ୍ବ ହୋଇଥିଲା ଦୀପିକା ଙ୍କ 10 ପ୍ରତିଶତ ପିସି କାରବାର l ସେତେବେଳେ ଦାୟିତ୍ୱ ରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଏହାକୁ ନେଇ ଯନ୍ତ୍ରୀ ଙ୍କ ଦରମା ବନ୍ଦ ଲାରିଥିବା ମଧ୍ୟ ଶୁଣିବାକୁ ମିଳୁଛି l ଏବେ କିନ୍ତୁ ସରକାରୀ ସମସ୍ତ ସୁବିଧାମିଳୁଥିବା ବେଳେ କିଛିମାସ ହେବ ଅଧ୍ୟକ୍ଷ ଓ ଯନ୍ତ୍ରୀ ମିଶି NAC କୁ କରି ଚାଲିଛନ୍ତି ଖୋଳ l ଯନ୍ତ୍ରୀ ମାସରେ 20ଦିନ ଆସିଲେ ମଧ୍ୟ ଅଫିସର କିଛିବି ପଦକ୍ଷେପ ନେଉନାହାନ୍ତି l କାହିଁକି ଶୁଣିବାକୁ ମିଳୁଛି ଯନ୍ତ୍ରୀଙ୍କ ମୁଣ୍ଡ ଉପରେ କାଳେ ବଡ଼ବଡ଼ ରାଜନେତାଙ୍କ ହାତ ଅଛି l ସେଇଥି ପାଇଁ ଅଫିସର ଏଠି ନିରୁପାୟ l ଏହାର ପ୍ରତିବାଦ ମଧ୍ୟ କାଉଁସିଲର ମାନେ ଗତ ଫେବୃଆରୀ ମାସରେ ଧାରଣାରେ ବସିଥିଲେ ମଧ୍ୟ ବର୍ତମାନ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ l ଯାହାର ପ୍ରତିବାଦ କରି ପୁଣି ଜଣେ କାଉଁସିଲର ଧାରଣା ଦେଇଥିବା ବେଳେ ଜିଲ୍ଲାପାଳ ଏନଏସି ରେ ଚାଲିଥିବା ଦୁର୍ନତି ଉପରେ ଉପରେ ତଦନ୍ତ କରିବା ପାଇଁ ସାଧାରଣ ରେ ଦାବି ହେଉଛି l
ବିରୋ ରିପୋଟ



