Sunday, October 11, 2026
Home ଆଞ୍ଚଳିକ ତଦନ୍ତକାରୀ ଟିମର ଜନସେବା କେନ୍ଦ୍ର ପରିଦର୍ଶନ

ତଦନ୍ତକାରୀ ଟିମର ଜନସେବା କେନ୍ଦ୍ର ପରିଦର୍ଶନ

21

ଧରାକୋଟ,୧୩/୦୯(ଜିଲ୍ଲା ଖବର) : ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୟନ ସୁଭଦ୍ରା ଯୋଜନାର ସଫଳ ରୂପାୟନ କରିବା ସହ ଯୋଗ୍ୟ ବିବେଚିତ ସମସ୍ତ ମହିଳା ଯେପରି ଏଥିରୁ ବଞ୍ଚିତ ନହେବେ ଏବଂ ବିନା ମୂଲ୍ୟରେ ଜନସେବା କେନ୍ଦ୍ର ଓ ମୋ ସେବାକେନ୍ଦ୍ର ରୁ ସରଳୀକରଣ ଭାବରେ ସୁବିଧା ପାଇ ପାରିବେ ସେଥିପାଇଁ ବ୍ଲକ ସ୍ତରରେ ଦୁଇଟି ତଦନ୍ତକାରୀ ଟିମ ଗଠନ ହୋଇଛି । ଗୋଟିଏ ଟିମ ରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ବି ପି ଓ କୃଷ୍ଣକାନ୍ତ ପଣ୍ଡା ଓ ପୋଲିସ ରହିଥିବା ବେଳେ ଅନ୍ୟ ଏକ ଟିମ ରେ ଅତିରିକ୍ତ ତହସିଲଦାର ଗଣେଷ ଦଳାଇ, ବି ଏସ ଏସ ଓ ସଚିନ ପାତ୍ର ଏବଂ ପୋଲିସ ରହିଛନ୍ତି । ଏହି ଦୁଇଟି ତଦନ୍ତକାରୀ ଟିମ ବ୍ଲକର ଅଠର ଗୋଟି ପଞ୍ଚାୟତ ରେ କାର୍ଯ୍ୟକ୍ଷମ ଥିବା 52 ଗୋଟି ଜନସେବା କେନ୍ଦ୍ର ଓ 18 ଗୋଟି ମୋ ସେବାକେନ୍ଦ୍ର ଅଚାନକ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଆବେଦନ ପ୍ରକ୍ରିୟା ଓ କେନ୍ଦ୍ର ଗୁଡିକରେ ମିଳୁଥିବା ସେବା ସମ୍ପର୍କରେ ପଚାରି ବୁଝିଥିଲେ। ଅନ୍ୟ ପଟରେ ଯୋଜନାର ସଫଳତାରେ କେନ୍ଦ୍ର ପରିଚାଳକ ମାନଙ୍କର ରହିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଅବଗତ କରାଇ ପଞ୍ଜିକରଣ ରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଯଦି କୌଣସି କେନ୍ଦ୍ରରେ ପଞ୍ଜିକରଣ ସମୟରେ ଯେକୌଣସି ସମସ୍ୟା ଉପୁଜେ ତାହେଲେ ଟୋଲ ଫ୍ରି ନମ୍ବର କିମ୍ବା ତଦନ୍ତକାରୀ ଟିମ କୁ ଜଣାଇବା ପାଇଁ ହିତାଧିକାରୀଙ୍କୁ ଆହ୍ବାନ ଦେଇଥିଲେ।