Monday, October 12, 2026
Home ଆଞ୍ଚଳିକ ଦେଉଳପଡି ପ୍ରାଥମିକ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନ ।

ଦେଉଳପଡି ପ୍ରାଥମିକ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନ ।

31

ସାନଖେମୁଣ୍ଡି (ଜିଲ୍ଲା ଖବର) : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମି ପଞ୍ଚାୟତ ଦେଉଳପଡି ଗ୍ରାମରେ ୭୧ତମ ସାଧାରଣତନ୍ତ୍ର ଦିବସ ବହୁ ଆଡମ୍ବରର ସହ ପାଳନ ହୋଇଥିବା ଦେଖିବାକୁ ମିଳିଛି। ପ୍ରଥମେ ସମସ୍ତ ଶିକ୍ଷର୍ଥୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗ୍ରାମ ପରିକ୍ରମା କରିଥିଲେ । ଏତତ ପରେ ସଭାପତି B. ରାଜେନ୍ଦ୍ର ପାତ୍ରଙ୍କ ସହ ସମସ୍ତ ସମ୍ମାନୀୟ ଅତିଥୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା। ଏହାପରେ କୁନି କୁନି ପିଲାଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ପରେ ପରେ ସମସ୍ତ କୁନି ପିଲାମାନେ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ମାନସ କୁମାର ସାମଲ ଓ ସହକାରୀ ଶିକ୍ଷକ ତରଣୀ ଭୁଏ, ଶିକ୍ଷିକା ଲୋପମୁଦ୍ରା ଜେନା ଶେଷରେ ଭାଷଣ ଦେବା ସହ ସମସ୍ତ ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ପ୍ରଫୁଲ୍ଲ ସାବତ।