ସୁଟିଂରେ ଧରାକୋଟର ଛାତ୍ର ପାଇଲେ ସ୍ଵର୍ଣ୍ଣ ପଦକ

60

ଧରାକୋଟ,୧୩/୦୯(ଜିଲ୍ଲା ଖବର) : ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ର ଅଂଶୁମାନ ଦାସ ଏନ ସି ସି ଜୁନିଅର ଡିଭିଜନ ତରଫରୁ ଖେଳି ପ୍ରଥମେ ଅଙ୍କୁଶପୁର ଠାରେ ଏ ଟି ସି କେମ୍ପ ରେ ସୁଟିଂ ବା ବନ୍ଧୁକ ଚାଳନାରେ ଉତ୍ତମ ପ୍ରଦର୍ଶନ କରି ଯୋଗ୍ୟ ବିବେଚିତ ହେବାପରେ ନବରଙ୍ଗପୁର ଠାରେ ଅନୁଷ୍ଠିତ ଇ ବି ଏସ ଇ କେମ୍ପ ରେ ପୁଣି ଯୋଗ୍ୟତା ହାସଲ କରିଥିଲେ । ଏହା ପରେ ଢେଙ୍କାନାଳ ଠାରେ ଅନୁଷ୍ଠିତ ଆଇ ଜି ସି କେମ୍ପ ରେ ଖେଳି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଜ୍ୟ ସ୍ତରରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ପରେ ସମ୍ପ୍ରତି ସେ ଦିଲ୍ଲୀ ଠାରେ ଅନୁଷ୍ଠିତ ଟି ଏସ ସି କେମ୍ପ ରେ ବର୍ତ୍ତମାନ ନିଜର ସୁଟିଂ ଜାରି ରଖିଛନ୍ତି । ତାଙ୍କର ପିତା ଧରାକୋଟ ଗଡର ଜଣେ ସାଧାରଣ ବ୍ୟବସାୟୀ ନାରାୟଣ ଦାସ ଓ ମାତା ଜୟନ୍ତୀ ଦାସ ଜଣେ ଗୃହିଣୀ ହୋଇଥିବା ବେଳେ ତାଙ୍କ ଜେଜେ ବାପା ଅନ୍ତର୍ଯ୍ୟାମୀ ଦାସ ଜଣେ ଅବସର ପ୍ରାପ୍ତ ଶିକ୍ଷକ ଅଟନ୍ତି । ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ ତାଙ୍କୁ ପ୍ରେରଣା ପ୍ରଦାନ କରିଥିବା ବେଳେ ଏନ ସି ସି ଶିକ୍ଷକ ଅନିଲ କୁମାର ନାୟକ ତାଙ୍କର କୋଚିଂ ପ୍ରଦାନ କରୁଛନ୍ତି ।