Saturday, October 10, 2026
Home ଆଞ୍ଚଳିକ ପ୍ରାନ୍ତ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଛାତ୍ରୀ ଙ୍କ କୃତିତ୍ୱ ଅର୍ଜନ

ପ୍ରାନ୍ତ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଛାତ୍ରୀ ଙ୍କ କୃତିତ୍ୱ ଅର୍ଜନ

14

ଧରାକୋଟ,୧୨/୦୯(ଜିଲ୍ଲା ଖବର) : ବିଜ୍ଞାନ କ୍ଷେତ୍ରରେ ନିଜର ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ଜ୍ଞାନ ବିଜ୍ଞାନ ମେଳା ଏକ ପ୍ରକୃଷ୍ଠ ମାଧ୍ୟମ । ସେହି କ୍ରମରେ ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ଯୋଜନା କ୍ରମେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକ ବଲାଙ୍ଗୀର ଠାରେ ଅନୁଷ୍ଠିତ ହୋଇଥିବା ପ୍ରାଦେଶିକ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅନ୍ତର୍ଗତ ମୁଣ୍ଡମରାଇ ସରସ୍ଵତୀ ଶିଶୁ ମନ୍ଦିରର ଷଷ୍ଠ ଶ୍ରେଣୀ ର ଛାତ୍ରୀ ସ୍ୱପ୍ନିକା ପ୍ରିୟଦର୍ଶିନୀ ଅଂଶ ଗ୍ରହଣ କରି ତନ୍ତୁ ଓ ବସ୍ତୁ ଉପରେ ଆଧାରିତ ନମୁନା ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନ ଅଧିକାର କରିବା ସହ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛନ୍ତି। ଏହି ଅବସରରେ ମୁଣ୍ତମରଇ ସରସ୍ଵତୀ ଶିଶୁ ମନ୍ଦିର ତରଫରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ରାଜ୍ୟ ସ୍ତରରେ ସଫଳତା ପାଇଁ ସମ୍ପାଦକ ଚିଦାନନ୍ଦ ପାତ୍ର ତାଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିଶୁ ମନ୍ଦିର ତରଫରୁ ସମ୍ବର୍ଦ୍ଧିତ କରି ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଆଚାର୍ଯ୍ୟ ମହେଶ୍ୱର ସ୍ୱାଇଁ ଙ୍କ ସମେତ ଗୁରୁଜୀ ଉମା ଚରଣ ବିଶ୍ଵାଳ, ଗଣେଶ ପାତ୍ର,ବଳରାମ ଡାକୁଆ ଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୂରୁମା ଉପସ୍ଥିତ ରହିଥିଲେ।ପ୍ରକାଶ ଯୋଗ୍ୟ ତାଙ୍କ ପିତା ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଡାକ୍ତର ସଚ୍ଚିଦାନନ୍ଦ ବିଶୋଇ ଓ ମାତା ଶୁଭସ୍ରୀ ବିଶୋଇ ଜଣେ ସୁଗୃହିଣୀ ଅଟନ୍ତି । ତାଙ୍କର ଏହି ସଫଳତା ଯୋଗୁଁ ଅଞ୍ଚଳରେ ଖୁସି ସଂଚାର ହୋଇଛି।