” ଅଧିକାର ମୋତେ ଦରକାର ” କହି NAC ସମ୍ମୁଖରେ ଧାରଣା.ରେ ବସିଲେ କାଉସିଲର

20

କୋଦଳା,୧୨/୦୯(ଜିଲ୍ଲା ଖବର) : ଏନଏସି ଅଧକ୍ଷ ଓ କାର୍ଯ୍ୟନିର୍ବାହୀ6 ଅଧିକାରୀଙ୍କ ମନମୁଖୀ କାର୍ଯ୍ୟର ତଦନ୍ତ ଦାବୀ କରିବା ସହ ମୋ ଅଧିକାର ମୋତେ ଦରକାର କହି କୋଦଳା NAC କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି ଜଣେ କାଉନସିଲର..

ଗଞ୍ଜାମ ଜିଲ୍ଲା କୋଦଳା NAC ରେ ବ୍ୟାପକ ଦୁର୍ନୀତି, ଅର୍ଥ ଅନିୟମିତତା, କାଉନସିଲ ବୈଠକ ରେ ପ୍ରସ୍ତାବ ଆଗତ ନକରି ବିଭିନ୍ନ ପ୍ରକଳ୍ପ ନିର୍ମାଣ, ଦୋକାନ ଗୃହ ଆବଣ୍ଟନ ରେ ପ୍ରିୟପ୍ରୀତି ତୋଷଣ, ପୋଖରୀ ଲିଜ ରେ ଜାଲିଆତି ଭଳି ବିଭିନ୍ନ ପ୍ରସଙ୍ଗ କୁ ନେଇ କୋଦଳା NAC ର 11ନଂ କାଉନସିଲର ଭଗବାନ ପାଢ଼ୀ ଆଜି କାର୍ଯ୍ୟଳୟ ପରିସରରେ ଆଖିରେ କଳା ପଟି ବାନ୍ଧି ଧାରଣା ଦେଇଥିବା ଦେଖିବାକୁ ମିଳିଛି.. ହେଲେ କଣ ରହିଛି କାଉନସିଲର ଙ୍କ ଦାବୀ ଆସନ୍ତୁ ଜାଣିବା…
ହେଲେ NAC ରେ ସରକାରୀ ଅର୍ଥ ଅନିୟମିତତା ଓ ଏକ ଚାଟିଆ ଶାସନ,ସାଙ୍ଗକୁ ଯନ୍ତ୍ରୀ ଙ୍କ ମନମୁଖୀ କାର୍ଯ୍ୟ କୁ ନେଇ ଅଭିଯୋଗ ହୋଇଛି..ସେହିପରି ଯାହା ସୂଚନା ରହିଛି ଯନ୍ତ୍ରୀ ଙ୍କ ବଦଳି ପରେ ମଧ୍ୟ କାହିଁକି ରିଲିଭ କରାଯାଉନି? କଣ ରହସ୍ୟ ନାଁ ଭିତିରିଆ କିଛି ସମ୍ପର୍କ ରହିଛି! ଜଣେ ଯନ୍ତ୍ରୀ ଙ୍କୁ ରିଲିଭ ନ କରିବା ପାଇଁ ଜିଲ୍ଲା ପ୍ରଶାସନ ଜାଣି ନୀରବ କାହିଁକି ବୋଲି ପ୍ରଶ୍ନ ଉଠିଛି..? ସବୁ ଘଟଣା କୁ ନେଇ ନେଇ ଧାରଣା ଦେଇଥିବା କାଉନସିଲର ଶ୍ରୀ ପାଢ଼ୀ ଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦେଶକ ଫୋନ ଯୋଗେ କଥା ହେବା ପରେ ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାଯାଇଛି.. ପୂର୍ବରୁ ଗତ ମାସରେ 9 ଜଣ କାଉନସିଲର ସମାନ ଅଭିଯୋଗ ନେଇ ଧାରଣା ଦେଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା..
ଧାରଣା ରତ କାଉନ୍ସିଲର ଙ୍କ. ଅଭିଯୋଗ କୁ ନେଇ ଅଧ୍ୟକ୍ଷ କିମ୍ବା କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ.।