Saturday, October 10, 2026
Home ଆଞ୍ଚଳିକ ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ନଳକୂଅ

ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ନଳକୂଅ

6

ଧରାକୋଟ,୯/୦୯(ଜିଲ୍ଲା ଖବର) : ଧରାକୋଟ ବ୍ଲକର ଓଳମ୍ବା ପଞ୍ଚାୟତ ଅଧିନରେ ରହିଛି ମହୁଲପଲି ଗାଁ। ଗାଁରେ ପାଖା ପାଖି 60 ପରିବାର ବସବାସ କରନ୍ତି। ଲୋକ ସଂଖ୍ୟା ପ୍ରାୟ 200 ରୁ ଅଧିକ । ସଂଖ୍ୟାଧିକ ପରିବାର ର ବୃତ୍ତି ହେଉଛି ଝୋଟ ବୁଣି ସେଥିରୁ ପଘା,ଶିକ୍ଷା,ପଲପ,ଜୋତା ଓ ଦଉଡ଼ି ପ୍ରସ୍ତୁତ କରି ବିକ୍ରୀ କରିବା । ଅନ୍ୟ ପରିବାର ର ଲୋକେ ମଜୁରୀ ଲାଗି ପେଟ ପୋଷନ୍ତି । ମୌଳିକ ସମସ୍ୟା ମଧ୍ୟରେ ସନ୍ତୁଳିତ ଏହି ଗାଁରେ ପିଇବା ପାଣି ସମସ୍ୟା ଉତ୍କଟ । ଗାଁ ର ଝିଅ,ମାଇପି ମାନେ ଗାଁ ଠାରୁ ଏକ କିମି ଦୂରରେ ବହି ଯାଉଥିବା ଆଗୁଳ ନାଳରୁ ନୀତି ଦିନିଆ ପିଇବା ପାଣି ସଂଗ୍ରହ କରନ୍ତି । ଏହାର କାରଣ ଖୋଜିବା ବେଳେ ଗାଁ ଭିତରେ ରହିଥିବା ନଳକୂଅ ଏକଦମ ଖରାପ ପରିବେଶ ମଧ୍ୟରେ ରହିଛି। ନଳକୂଅ ନିକଟରେ ନାଳ ରହିଥିବାରୁ ନଳକୂଅ ଚାରିପଟେ ନାଳପାଣି ପ୍ରବାହିତ ହେଉଛି। ଏଣୁ ସମ୍ପୂର୍ଣ ଦୂଷିତ ପରିବେଶ ମଧ୍ୟରେ ନଳକୂଅ ରହିଥିବାରୁ ଏହାର ପାଣିକୁ କେହି ବ୍ୟବହାର କରୁନାହାନ୍ତି କାଳେ ସଂକ୍ରାମକ ରୋଗ ବ୍ୟାପିବ । ଗାଁ କଲ୍ୟାଣ ସମିତି,ପଞ୍ଚାୟତ କିମ୍ବା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନଳକୂଅ କିମ୍ବା ଏହାର ପରିବେଶ ସୁଧାର ପାଇଁ ଦୃଷ୍ଟି ଦିଆଯାଇନାହିଁ । ଯାହା ଫଳରେ ବର୍ଷା ଋତୁରେ ପିଇବା ପାଣି ସମସ୍ୟା ଉତ୍କଟ ହେଉଛି । ଏଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଲୋକେ ଦାବୀ କରିଛନ୍ତି।