Monday, October 12, 2026
Home ଆଞ୍ଚଳିକ ପେଟ୍ରୋଲିଂ ବେଳେ ଧରାପଡିଲେ ୫ଡକାୟତ

ପେଟ୍ରୋଲିଂ ବେଳେ ଧରାପଡିଲେ ୫ଡକାୟତ

53

ସାନଖେମୁଣ୍ଡି (ଜିଲ୍ଲା ଖବର) : ପାଟପୁର ପୋଲିସ ପକ୍ଷରୁ ରାତ୍ର ପେଟ୍ରୋଲିଂରେ ୫ଜଣ ସନ୍ଦିଗ୍ଧ ଡକାୟତ ଧରାପଡିଲେ। ପାଟପୁର ଥାନା ଅନ୍ତର୍ଗତ ପାଇକ ରାମଚନ୍ଦ୍ରପୁର ଯାତ୍ରୀ ଵିଶ୍ରାମାଗାରରେ ଡକାୟତି ଯୋଜନାରେ ଥିବା ୫ଜଣ ସନ୍ଦିଗ୍ଧ ଡକାୟତ ଧରାପଡିଥିବା ସୂଚନା ମିଳିଅଛି। ପାଟପୁର ଥାନାରୁ ମିଳିଥିବା ସୂଚନା ପ୍ରକାରେ ପୋଲିସ ଏଏସ୍ଆଇ ରବୀନ୍ଦ୍ର ନାଥ ଗୌଡ଼ଙ୍କ ନେତୃତ୍ୱରେ ପୋଲିସ ବାହିନୀର ରାତ୍ର ପେଟ୍ରୋଲିଂରେ ପାଇକ ରାମଚନ୍ଦ୍ରପୁର ବସ୍ ରହଣି ସ୍ଥଳରେ ଥିବା ବିଶ୍ରାମାଗାରରେ କିଛି ଅଜଣା ସନ୍ଦିଗ୍ଧ ଥିବା ନିରୀକ୍ଷିଣ କରିଥିଲେ। ସେମାନଙ୍କ ଗତିବିଧି ସହ ପରିଚୟରୁ ସେମାନେ ଅନ୍ୟଅଞ୍ଚଳର ସହିତ ଡକାୟତି ଉଦ୍ୟମରେ ଥିବା ଠଉରାଇ ଚଢ଼ାଉ କରିଥିଲେ। ଘଟଣାସ୍ଥଳରେ ୫ ସନ୍ଦିଗ୍ଧଙ୍କୁ ଅଟକ ରଖି ଘଟଣା ଯାଞ୍ଚ କ୍ରମେ ୨ ଜୀବନ୍ତ ଅଫୁଟା ବୋମା, ଭୁଜାଲି, ଛୁରୀ ସହ ଦରକାରୀ ଅସ୍ତ୍ରଶସ୍ତ୍ର ଜବତ କରି ଗିରଫ କରିଅଛି। ଗିରଫ ଅଭିଯୁକ୍ତ ହେଲେ ମିଟୁ ପ୍ରଧାନ ଖଲ୍ଲିକୋଟ ଥାନା ତୁଳସୀପୁର, ଅଧୀଶ୍ଵର ପଲାଇ କୋଦଳା ଥାନା ଲଛିପୁର, ଇ. ସୁରଜ କୁମାର ଦୋରା ବୁଗୁଡା ଥାନା ବାଦୁଆ, କୃଷ୍ଣଚନ୍ଦ୍ର ବେହେରା କବିସୂର୍ଯ୍ୟନଗର ଚଢ଼େୟାପଦା ଓ ଗୌରୀଶଙ୍କର ସ୍ବାଇଁ ଭଞ୍ଜନଗର ଥାନା ମୁଦୁଲିପଡା ଗ୍ରାମର ବୋଲି ଜଣାପଡିଛି। ଥାନା ପକ୍ଷରୁ କେସ ନଂ ୨୪/୨୦୦୦ ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟଚାଳନ କରାଯାଇଥିବା ତଦନ୍ତ ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି।

ରିପୋର୍ଟ: ପ୍ରଫୁଲ୍ଲ ସାବତ।